ବିବାହ ‌ଭୋଜିରେ ଦୁଇଭାଇଙ୍କ ଅନୁପସ୍ଥିତିକୁ ନେଇ ଦୁଃଖୀ ସୋନାକ୍ଷୀ: ସାଙ୍ଗମାନେ ତୁଲାଇଲେ ଭାଇର କାମ

ନୂଆଦିଲ୍ଲୀ:  ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ତାଙ୍କ ପ୍ରେମିକ ଜହିର ଇକ୍‌ବାଲ୍‌ଙ୍କୁ ବିବ‌ାହ କରିସାରିଛନ୍ତି। ତେବେ ସୋନାକ୍ଷୀଙ୍କ ବିବାହରେ ତାଙ୍କର କିଛି ଫ୍ୟାନ୍ସ ଖୁସି ଥିବା ବେଳେ ଆଉ କିଛ ନିରାଶ ଅଛନ୍ତି। କାରଣ ସୋନାକ୍ଷୀ ତାଙ୍କ ବିବାହକୁ ଗୁପ୍ତ ରଖିବା ସହିତ ତାଙ୍କର ମେହେନ୍ଦୀ ଓ ହଳଦୀର କୌଣସି ଫଟୋ ‌ସେ ମିଡ଼ିଆରେ ସେୟାର କରି ନଥିଲେ। ଏଥିସହିତ ସୋନାକ୍ଷୀ ହିନ୍ଦୁ କି ମୁସଲମାନ ପରମ୍ପରାରେ ବିବାହ ନକରି ସଭିଲ ମ୍ୟାରେଜ କରିଛନ୍ତି।

ସୋନାକ୍ଷୀଙ୍କ ବିବାହ ପରେ ବାପା ଶତ୍ରୁଘ୍ନ ସିହ୍ନା ଓ ମା’ ପୁନମ ସିହ୍ନା ସୋନାକ୍ଷୀ ଓ ଇକ୍‌ବାଲ୍‌ଙ୍କୁ ଶୁଭେଚ୍ଛା ଦେବା ସହ ‘ଯୋଡ଼ି ସଲାମତ୍‌ ରହେ’ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ଏହି କ୍ରମରେ ଦେଖିବାକୁ ଗଲେ ସୋନାକ୍ଷୀଙ୍କ ବିବାହ ଭୋଜିରେ ତାଙ୍କର ଦୁଇଭାଇ ଲବ ଓ କୁଶ ସିହ୍ନାଙ୍କୁ ଦେଖିବାକୁ ମିଳି ନଥିଲା।  ଗୋଟିଏ ବୋଲି ଭଉଣୀର ବିବାହାରେ ଦୁଇଭାଇ ସାମିଲ ହୋଇ ନଥିବାକୁ ନେଇ ଲୋକେ ଅନେକ ପ୍ରଶ୍ନ କରି କହିଛନ୍ତି, ‘କେଉଁ କାରଣ ପାଇଁ ଲବ ଓ କୁଶ ସୋନାକ୍ଷୀଙ୍କ ବିବାହରେ ସାମିଲ ହେଲେ ନାହିଁ।’

ବିବାହ ଭୋଜିରେ ଥିବା ଭାଇର କାମକୁ ସୋନାକ୍ଷୀଙ୍କ ସାଙ୍ଗ ଓ ଅଭିନେତା ସାକିବ ସଲମି ତୁଲାଇଥିଲେ। ଏହି ସମୟରେ ସୋନାକ୍ଷୀଙ୍କ ଆଖିରେ ଲୁହ ଭରି ଯାଇଥିଲା। ଏଥିରୁ ଅନୁମାନ କରି ହେଉଛି ନିଜ ବିବାହରେ ସେ ତାଙ୍କ ଦୁଇଭାଇଙ୍କ ଅନୁପସ୍ଥିତିକୁ ନେଇ ଦୁଃଖୀ ଥିଲେ। ମନେମନେ ଲବ ଓ କୁଶଙ୍କୁ ଖୋଜୁଥିଲେ।

ସମ୍ବନ୍ଧିତ ଖବର