ବାପାଙ୍କ ଘର ଛାଡ଼ି ସୋନାକ୍ଷୀ ଫ୍ୟାନ୍ସଙ୍କ ସହ ‌ସେୟାର କଲେ ଗୁଡନ୍ୟୁଜ

ମୁମ୍ବାଇ: ବାପାଙ୍କ ଘର ଛାଡ଼ି ଦେଲେ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରୁ ଜ‌ଣେ । ସେ ନିକଟରେ ‘ଦହାଡ଼’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସିରିଜରେ ସୋନାକ୍ଷୀଙ୍କୁ ଜଣେ ପୁଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ଦର୍ଶକ ବି ସୋନାକ୍ଷୀଙ୍କ ଅଭିନୟକୁ ବେଶ ପସନ୍ଦ କରୁଛନ୍ତି। ବୁଧବାର ସୋନାକ୍ଷୀ ତାଙ୍କ ଫ୍ୟାନ୍ସଙ୍କ ସହ ଗୁଡ଼ନ୍ୟୁଜ ସେୟାର କରିଛନ୍ତି।

ଏହି ଗୁଡନ୍ୟୁଜଟି ହେଉଛି ସୋନାକ୍ଷୀ ନିଜ ରୋଜଗାରରେ ସଞ୍ଚୟ କରିଥିବା ଅର୍ଥରେ ମୁମ୍ବାଇରେ ତାଙ୍କ ସ୍ବପ୍ନର ଘର କିଣିଛନ୍ତି। ଏହି ଘର କିଣିବା ପରେ ସୋନାକ୍ଷୀ ବହୁତ ଖୁସି ଅଛନ୍ତି। କାରଣ ଏଥିପାଇଁ ସେ ଅନେକ ଦିନରୁ ଅପେକ୍ଷା କରି ରହିଥି‌ଲେ। ଯାହାକି ଇତିମଧ୍ୟରେ ପୂରା ହୋଇଯାଇଛି।

ସୋନାକ୍ଷୀ ଇନଷ୍ଟାଗ୍ରାମରେ ତାଙ୍କର ଏହି ସୁନ୍ଦରଘରର ଫଟୋ ସେୟାର କରିଛନ୍ତି। ଯାହାକୁ ତାଙ୍କ ଫ୍ୟାନ୍ସମାନେ  ବେଶ ପସନ୍ଦ ବି କରୁଛନ୍ତି। ଆଉ ଖୁବଶୀଘ୍ର ସୋନାକ୍ଷୀ ତାଙ୍କ ଘରକୁ ସଜେଇ ଦେବେ ବୋଲି ଫ୍ୟାନ୍ସ ଆଶାବାନ୍ଧିଛନ୍ତି।

ଏହି ଘର ପୂର୍ବରୁ ସୋନାକ୍ଷୀ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନାଙ୍କ ଘ‌ରେ ରହୁଥିଲେ। ଶତ୍ରୁଘ୍ନଙ୍କ ଘରର ନାମ ‘ରାମାୟଣ’ ଥିବା ଜଣାପଡ଼ିଛି। ଯାହାକି ମୁମ୍ବାଇରେ ଥିବା ବିଳାଶମୟ ଘର ମଧ୍ୟରୁ ଗୋଟିଏ।

ସମ୍ବନ୍ଧିତ ଖବର