ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଗକୁ ବିବାହ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଥିଲା ଯେ ସୋନାକ୍ଷୀଙ୍କ ବାହାଘରରେ ଖୁସି ନାହାନ୍ତି ତାଙ୍କ ପରିବାର ଲୋକ। ଏପରିକି ତାଙ୍କ ବିବାହ ଉତ୍ସବରେ ପରିବାର ଲୋକ ଉପସ୍ଥିତ ରହିବେ କି ନାହିଁ ସନ୍ଦେହ। ହେଲେ ଅଭିନେତ୍ରୀଙ୍କର ଏକ ପୋଷ୍ଟ ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକେଇଛି।
ସୋନାକ୍ଷୀ ଏକ ପୋଷ୍ଟରେ ବାପା ଶତ୍ରୁଘ୍ନଙ୍କର ଏକ ଫଟୋ ସେୟାର କରି ତାଙ୍କୁ ନମ୍ବର ୧ ବାପା ବୋଲି ସମ୍ବୋଧନ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ବାପାଝିଅଙ୍କ ମଧ୍ୟରେ ସେପରି କିଛି ବିବାଦ ନାହିଁ।
ନିକଟରେ ଶତ୍ରୁଘ୍ନଙ୍କୁ ଯେତେବେଳେ ଝିଅ ସୋନାଙ୍କ ବିଷୟରେ ପଚରଗଲା ତ ସେ କହିଥିଲେ କି ବିବାହ ବିଷୟରେ ତାଙ୍କୁ କିଛି ଜଣା ନାହିଁ ଯଦି ସୋନାକ୍ଷୀ ତାଙ୍କୁ ଭରସା କରି କହିବେ ତ ସେ ଆଶୀର୍ବାଦ ଦେବେ।
ଉଲ୍ଲେଯୋଗ୍ୟ, ସୋନାକ୍ଷୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ଜହିର ଇକବାଲଙ୍କୁ ମେ ୨୩ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ଏହାକୁ ଉଭୟ ସୋନା ଓ ଇକବାଲ୍ ଆନୁଷ୍ଠାନିକ ଭାବେ ଘୋଷଣା କରି ସାରିଛନ୍ତି। ସେମାନେ ସେମାନଙ୍କ ବାହାଘରକୁ ନାଲି ପୋଷକ ପିନ୍ଧି ଯିବାକୁ ମନା କରିଛନ୍ତି। ସେମାନେ ମାଗାଜିନ୍ ଡିଜାଇନର ଏକ କାର୍ଡ କରି ସେଥିରେ " ଗୁଜବ ସତ ହେଲା" ବୋଲି ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/7c827622-4071-4078-8001-9e36b5aaa78e.jpg)