ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ରୁଜୁ ହେଲା ୩୭ଲକ୍ଷ ଟଙ୍କାର ଠକେଇ ମାମଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି । ସୋନାକ୍ଷୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବା ପାଇଁ ଟଙ୍କା ନେଇଥିବା ବେଳେ କାର୍ଯ୍ୟକ୍ରମରେ ପହଞ୍ଚି ନଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସୋନାକ୍ଷୀ ୩୭ଲକ୍ଷ ଟଙ୍କା ନେଇ ମଧ୍ୟ କାର୍ଯ୍ୟକ୍ରମକୁ ଆସି ନଥିବାରୁ ତାଙ୍କ ସହ ଅନ୍ୟ ୫ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇଛି । ମାମଲା ଉତ୍ତରପ୍ରଦେଶର ମୁରାଦାବାଦ୍‌ରେ ରୁଜୁ କରାଯାଇଛି ।

The Indian Express

ସୂଚନା ମୁତାବକ, ସେପ୍ଟେମ୍ବର ୩୦,୨୦୧୮ରେ ଦିଲ୍ଲୀରେ କାର୍ଯ୍ୟକ୍ରମ ଥିବା ବେଳେ ସୋନାକ୍ଷୀ ପହଞ୍ଚି ନଥିଲେ । ଯାହା ପରେ କାର୍ଯ୍ୟକ୍ରମର ଆୟୋଜକ ପ୍ରମୋଦ ଶର୍ମା ପୁଲିସରେ ସୋନାକ୍ଷୀଙ୍କ ବିରୋଧ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେ ବିଷ ପିଇ ଦେଇଥିଲେ । ଠିକ୍‌ ସମୟରେ ତାଙ୍କର ଚିକିତ୍ସା କରାଯିବା ପରେ ତାଙ୍କ ଜୀବନ ବଞ୍ଚା ଯାଇ ପାରିଥିଲା । ଯାହା ପରେ ପୁଲିସ ଏବେ ତଦନ୍ତ କରି ସୋନାକ୍ଷୀ ଏବଂ ଅନ୍ୟ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର