ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ଆଲିଆ ଭଟ୍ଟଙ୍କ ପରେ ଏବେ ସୋନାକ୍ଷୀ ସିହ୍ନାଙ୍କ ପାଳି। ଜାଣିବାକୁ ମିଳିଛି ଯେ ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କର ନିର୍ବନ୍ଧ ସରିଯାଇଛି। ସୋନାକ୍ଷୀ ତାଙ୍କ ଜୀବନର ଏହି ବଡ଼ ଖବରକୁ ସୋସିଆଲ୍ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏପରି ତାଙ୍କ ଅଚାନକ ନିର୍ବନ୍ଧ ଖବର ଶୁଣିବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହୋଇଛନ୍ତି।
View this post on Instagram
ସୋନାକ୍ଷୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଭିନ୍ନ ଭିନ୍ନ ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ନିର୍ବନ୍ଧ ମୁଦି ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଛି। ଗୋଟାଏ ଫଟୋରେ ତାଙ୍କ ଫିଅନ୍ସି(ଭାବି ସ୍ବାମୀ) ତାଙ୍କ ହାତକୁ ଧରିଥିବା ନଜର ଆସିଛି। ଅବଶ୍ୟ ସୋନାକ୍ଷୀ କାହାକୁ ବିବାହ କରିବାକୁ ଯାଉଛନ୍ତି ଓ ତାଙ୍କ ନାଁ କ’ଣ ତାହା ଏଯାଏ ଜଣା ପଡ଼ିନାହିଁ।
View this post on Instagram
ଦ୍ବିତୀୟ ଫଟୋରେ ସୋନାକ୍ଷୀ ତାଙ୍କ ପାର୍ଟନର୍ଙ୍କ କାନ୍ଧ ଉପରେ ହାତ ରଖି ଫଟୋ ପୋଜ୍ ଦେଇଥିବାର ଦେଖିବାକୁ ମିଳିଛି। ସୋନାକ୍ଷୀଙ୍କ ମୁଖମଣ୍ଡଳର ଔଜଲ୍ୟ ତାଙ୍କ ଖୁସିକୁ ବ୍ୟକ୍ତ କରୁଛି। ସୋନାକ୍ଷୀ ୩ଟି ଫଟୋ ସେୟାର କରି ସେଥିରେ କ୍ୟାପ୍ସନ୍ ଲେଖିଛନ୍ତି, ‘ମୋ ପାଇଁ ଏହା ସବୁଠାରୁ ବଡ଼ ଖୁସିର ଦିନ। ମୋର ସବୁଠାରୁ ବଡ଼ ବଡ଼ ସ୍ବପ୍ନ ମଧ୍ୟରୁ ଗୋଟାଏ ସ୍ବପ୍ନ ସତ ହେବାକୁ ଯାଉଛି। ଏହାକୁ ଆପଣଙ୍କ ସହ ସେୟାର କରିବାର ଅପେକ୍ଷା କରିପାରିନଥାନ୍ତି।’