ସୋନାକ୍ଷୀ ସିହ୍ନା ଗିରଫ, ସୋସିଆଲ ମିଡିଆରେ ପ୍ରଂଶସକ ଚିନ୍ତାରେ! ଭିଡିଓ ଭାଇରାଲ

ମୁମ୍ବାଇ: ସୋସିଆଲ ମିଡିଆରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଦୁଇଟି ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କୁ ହାତକଡ଼ି ପିନ୍ଧାଇ ନେଇ ଯାଉଥିବା ଦେଖିବାକୁ ମିଳିଛି। ଏହାକୁ ସୋନାକ୍ଷୀ ବିରୋଧ କରି ମୋତେ ହାତକଡ଼ି ପିନ୍ଧାଅ ନାହିଁ, ମୁଁ କିଛି ଭୁଲ କରି ନାହିଁ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ସୋନାକ୍ଷୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ତେବେ ଏହି ଭିଡିଓର ବାସ୍ତବତା କ’ଣ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏଥିସହିତ ସୋସିଆଲ ମିଡିଆରେ #AsliSonaArrested ଟ୍ରେଣ୍ଡ କରୁଛି। ଏହାକୁ ଦେଖି ସୋନାକ୍ଷୀଙ୍କ ପ୍ରଶଂସକ ବି ଚିନ୍ତାରେ ପଡ଼ି ଯାଇଛନ୍ତି।

 

କେହି କେହି ଏହାକୁ ଫିଲ୍ମ ପ୍ରୋମୋସନ୍‌ର ଭିଡିଓ ବୋଲି ବି କହୁଛନ୍ତି। ସେହିପରି ଦ୍ୱିତୀୟ ଭିଡିଓରେ ସୋନାକ୍ଷୀଙ୍କ ପଛରେ ଗଣମାଧ୍ୟମ  ଦୌଡୁ ଥିବା ଦେଖିବାକୁ ମିଳିଛି। ସେନାକ୍ଷୀ ସେମାନଙ୍କୁ ଦେଖି ଆଗକୁ ବଢ଼ୁଛନ୍ତି। ସୋନାକ୍ଷୀଙ୍କ ଚେହେରା ବି ମଳିନ ପଡ଼ି ଯାଇଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର