ଅକ୍ଷୟଙ୍କୁ ଚଉକିରୁ ଠେଲି ତଳକୁ ପକାଇ ଦେଲେ ସୋନାକ୍ଷୀ ସିହ୍ନା

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ମାନଙ୍କ ସହ ପ୍ରାଙ୍କ୍‌ କରିବାରେ ଅକ୍ଷୟ କୁମାର ବେଶ୍‌ ଜଣାଶୁଣା। ପୂର୍ବରୁ ସେ ଅନେକଙ୍କ ସହ ପ୍ରାଙ୍କ୍‌ କରିଛନ୍ତି। ମାତ୍ର ଅକ୍ଷୟଙ୍କ ସହ ପୂର୍ବରୁ କେହି ବି କେବେ ପ୍ରାଙ୍କ୍‌ କରିନଥିଲେ। ନିକଟରେ ଏହି ନାୟକଙ୍କ ସହ ‘ମିଶନ୍‌ ମଙ୍ଗଲ’ରେ କାମ କରିଥିବା ନାୟିକା ସୋନାକ୍ଷୀ ପ୍ରାଙ୍କ୍‌ କରିଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

 

ଭିଡିଓଟିକୁ ସୋନାକ୍ଷୀ ସିହ୍ନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଅକ୍ଷୟ ତାଙ୍କ କଡ଼ରେ ବସିଛନ୍ତି। ସେଠାରେ ସେମାନେ ‘ମିଶନ୍‌ ମଙ୍ଗଲ୍‌’ ବିଷୟରେ ପରସ୍ପର ସହ କଥା ହେଉଛନ୍ତି। ସେହି ସମୟରେ ଅକ୍ଷୟ ତାଙ୍କ ଚଉକିକୁ ଟିକେ ପଛକୁ କରି ସାରିଭିଡ଼ି ହେବା ବେଳେ ସୋନାକ୍ଷୀ ତାଙ୍କୁ ନିଜର ବାମ ହାତରେ ଠେଲିକି ତଳେ ପକେଇ ଦଉଛନ୍ତି।

ସମ୍ବନ୍ଧିତ ଖବର