ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କର ଦୀର୍ଘ ଦିନର ପ୍ରେମିକା ଜାହିର ଇକବାଲଙ୍କୁ ଜୁନ୍ ୨୩ ତାରିଖରେ ଅତି ସାଧାରଣ ଭାବେ ବିବାହ କରିଥି‌ଲେ। ଦୁହିଁଙ୍କ ବିବାହକୁ ୫୧ଦିନ ବିତିଯାଇଛି। ଆଜି ପର୍ଯ୍ୟନ୍ତ ବି ଲୋକେ ସୋନାକ୍ଷୀଙ୍କ ବିବାହକୁ ନେଇ ଅନେକ ଗୁଜବ ପ୍ରଚାର କରୁଛନ୍ତି। ଯେମିତି କି ସୋନାକ୍ଷୀଙ୍କ ବିବାହରେ ପରିବାରଲୋକ ରାଜି ନଥିବାରୁ ଭାଇମାନେ ଉପସ୍ଥିତ ନଥିଲେ। ସେହିପରି ବାପା ଶତ୍ରୁଘ୍ନ ସିହ୍ନା ବି ଝିଅ ଜାହିର ଇକବାଲଙ୍କୁ ବିବାହ କରୁ ତାହା ଚାହୁଁ ନଥିଲେ ଇତ୍ୟାଦି ଇତ୍ୟାଦି।

Advertisment

ତେବେ ଝିଅ ବିବାହକୁ ନେଇ ଶତ୍ରୁଘ୍ନ ନିଜର ପ୍ରତିକ୍ରିୟା ଦେଇ କହିଥିଲେ, ‘ ସୋନାକ୍ଷୀ ବିବାହ ପାଇଁ ଜାହିର ଇକବାଲଙ୍କୁ ବାଛିଛି ଏଥିରେ ଆମର କୌଣସି ଆପତ୍ତି ନାହିଁ। ଆମେ ସମସ୍ତେ ଏହି ବିବ‌ାହରେ ବେଶ ଖୁସି ଅଛୁ।’

ସୋନାକ୍ଷୀଙ୍କ ବିବାହକୁ ୫୧ଦିନ ପୁରା ହୋଇଥିବା ବେଳେ ବାପା ଶତ୍ରୁଘ୍ନ ଝିଅ ଓ ଜ୍ବାଇଁଙ୍କୁ ନେଇ କହିଛନ୍ତି, ‘ସେ ଦୁହେଁ ପରସ୍ପର ପାଇଁ ତିଆରି ହୋଇଛନ୍ତି। ଦୁହେଁ ଆମ ପରିବାରର ଆଶୀର୍ବାଦ ସହିତ ବିବାହ କରିଛନ୍ତି।  ପିଲାମାନେ ଖୁସିରେ ରହିଲେ ବାପା ଓ ମା’ଙ୍କ ପାଇଁ ଏହାଠାରୁ ବଳି ଶାନ୍ତିର କଥା କ’ଣ ହୋଇପାରେ। ସୋନାକ୍ଷୀ ଓ ଜାହିର ଇକବାଲ କୌଣସି ବେଆଇନ କାମ କରିନାହାଁନ୍ତି। ତେଣୁ ଅଜଥାରେ ଗୁଜବ ପ୍ରଚାର କରନ୍ତୁ ନାହିଁ। ‌ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ ସୋନାକ୍ଷୀ ଓ ଜାହିରଙ୍କ ବୈବାହିକ ଜୀବନ ହସଖୁସିରେ କଟି ଯାଉ।’