ସୋନାକ୍ଷୀଙ୍କ ନାମରେ ମାନହାନି ମାମଲା ଦାୟର କଲେ ଇଭେଣ୍ଟ୍‌ ମ୍ୟାନେଜର୍‌

ମୁମ୍ବାଇ: କିଛି ଦିନ ତଳେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମରେ ଜଣେ ଇଭେ୍‌ଣ୍ଟ୍‌ ମ୍ୟାନେଜର୍‌ ଠକେଇ ଅଭିଯୋଗ ଆଣିଥିଲେ। ତାହାକୁ ଗଣମାଧ୍ୟମରେ ମିଥ୍ୟା ବୋଲି ସଫେଇ ଦେଇଥିଲେ ସୋନାକ୍ଷୀ। ସେହି ଘଟଣାକୁ ନେଇ ଏବେ ସୋନାକ୍ଷୀ ସିହ୍ନା ପୁଣି ନୂଆ ଏକ ଅଡୁଆରେ ଫଶିଛନ୍ତି। ସୋନାକ୍ଷୀ ତାଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ବୋଲି ଇଭେଣ୍ଟ୍‌ ମ୍ୟାନେଜର୍‌ ଅଭିଯୋଗ ଆଣିଛନ୍ତି।

ଇଭେଣ୍ଟ୍‌ ମ୍ୟ‌ାନେଜର୍‌ ସୋନାକ୍ଷୀଙ୍କ ନାମ‌ରେ ଆଦାଲତରେ ଏକ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ସେ କହିଛନ୍ତି ସୋନାକ୍ଷୀ ଗଣମାଧ୍ୟମରେ ତାଙ୍କ ବିରୋଧରେ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି ତାହା ତାଙ୍କ ଭାବମୂର୍ତ୍ତି ଉପରେ ଖରାପ ପ୍ରଭାବ ପକାଇଛି। ଏହି ଅଭିଯୋଗ ପରେ ଅଦାଲତ ଅଭିଯୋଗକାରୀ ଇଭେଣ୍ଟ୍‌ ମ୍ୟାନେଜର୍‌ଙ୍କ ଆବେଦନ ପତ୍ର ସ୍ବୀକାର କରି ୨୦୨୨ ଏପ୍ରିଲ୍‌ ୪ ତାରିଖରେ ଆଗାମୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।

thequint.com

କିଛି ଦିନ ତଳେ ତାଙ୍କ ନାଁରେ ଜଣେ ପୁଲିସ୍‌ ପାଖରେ ଦୁଇଟି ଅପରାଧିକ ମାମଲା ଦାୟର ହୋଇଥିଲା। ଶୁଣାଯାଉଥିଲା ଏହି ମାମଲାରେ ସୋନାକ୍ଷୀଙ୍କ ପାଖକୁ ଏକ ନନ୍‌ବେଲେବଲ୍ ୱାରେଣ୍ଟ୍‌ ଜାରି ହୋଇଥିଲା। ଏହାକୁ କିନ୍ତୁ ସୋନାକ୍ଷୀ ଖଣ୍ଡନ କରି କହିିଥିଲେ- ଯେଉଁ ବ୍ୟକ୍ତି ତାଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ, ଏଭଳି ଅଭିଯୋଗ ସେ କେବଳ ନିଜର ପ୍ରଚାର ପ୍ରସାର ଏବଂ କିଛି ଟଙ୍କା ହାତେଇବା ଆଶାରେ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ସୋସିଆଲ୍ ମିଡିଆରେ ସୋନାକ୍ଷୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ସେ କୁଆଡ଼େ ଦବଙ୍ଗ୍‌ବୟ ସଲ୍‌ମାନ୍‌ଙ୍କୁ ଜୀବନସାଥୀ କରିବେ ବୋଲି ଜିଦ୍ ଧରି ବସିଥିଲେ। ଏଥିରେ ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା ଝିଅ ଉପରେ ବେଶ୍ କ୍ଷୁବ୍‌ଧ ହେଇଥିଲେ। ଅବଶ୍ୟ ଏଥିରେ କେତେ ସତ୍ୟତା ଅଛି ତାହା ସାଧାରଣ ଲୋକଙ୍କୁ ଜଣାନାହିଁ।

ସମ୍ବନ୍ଧିତ ଖବର