ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରେମିକ ଜହିର ଇକବାଲ୍ଙ୍କର ଏକ ନୂଆ ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବାକୁ ଯାଉଛି। ଏଥିରେ ଉଭୟ ସୋନାକ୍ଷୀ ଓ ଇକ୍ବାଲଙ୍କୁ ଦେଖିବାକୁ ମିଳିବ। ମ୍ୟୁଜିକ ଭିଡିଓର ନାଁ ହେଉଛି ‘ବ୍ଲକ୍ବାଷ୍ଟର୍’। ଇନ୍ଷ୍ଟାଗ୍ରାମ୍ରେ ସୋନାକ୍ଷୀ ଓ ଇକ୍ବାଲ ମିଳିତ ଭାବେ ଏକ ପୋଷ୍ଟ୍ କରି ସେଥିରେ ଲେଖିଛନ୍ତି, ‘ବ୍ଲକ୍ବାଷ୍ଟ୍ର ଖୁବ ଶୀଘ୍ର ଆସୁଛି। ଆପଣ ପ୍ରସ୍ତୁତ ଅଛନ୍ତି ତ?’
ନିକଟ ଅତୀତରେ ସୋନାକ୍ଷୀ ଏକ ହିରା ମୁଦି ପିନ୍ଧିଥିବାର ଫଟୋ ସେୟାର କରି ନିର୍ବନ୍ଧ ହୋଇଥିବାର ସୂଚନା ଦେଇଥିଲେ। ଯଦିଓ ସେ ସେଥିରେ କାହା ସହ ନିର୍ବନ୍ଧ ହୋଇଛି ଉଲ୍ଲେଖ କରିଥନିଲେ। ମାତ୍ର ପ୍ରଶଂସକଙ୍କୁ ତାହା ଜଣାପଡ଼ି ଯାଇଥିଲା।
ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ସୋନାକ୍ଷୀ ଦୀର୍ଘ ଦିନ ଧରି ଡେଟ୍ କରୁଥିବା ତାଙ୍କ ପ୍ରେମିକ ଜହିର ଇକ୍ବାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଦୁହେଁ ଦୁହିଁଙ୍କୁ ଡେଟି କରୁଥିବା ଖବର ଖୁବ୍ ପୁରୁଣା। ଯଦିଓ ସେମାନେ ନିଜ ସଂପର୍କକୁ ନେଇ ଏଯାବତ୍ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି, ମାତ୍ର ସେ ଦୁହେଁ ଯେ ଖୁବ୍ ଶୀଘ୍ର ପତି-ପତ୍ନୀ ବନିବେ ଏଥିରେ ସନ୍ଦେହ ନାହିଁ।
View this post on Instagram
ଜହିର ୨୦୧୪ରେ ‘ଜୟ ହୋ’ ଚଳଚ୍ଚିତ୍ରରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଜହିର ଓ ସୋନାକ୍ଷୀଙ୍କୁ ପ୍ରଥମେ ସଲମାନ ହିଁ ପରିଚିତ କରାଇଥିଲେ। ଜହିର ହେଉଛନ୍ତି ସଲମାନଙ୍କ ବନ୍ଧୁଙ୍କ ପୁଅ।
ସୋନାକ୍ଷୀ ସୋସିଆଲ୍ ମିଡିଆରେ ୩ଟି ଫଟୋ ଦେଇ ଏକ ପୋଷ୍ଟ କରିଥିଲେ। ଫଟୋରେ ତାଙ୍କ ନିର୍ବନ୍ଧ ମୁଦି ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥିଲା। ଗୋଟାଏ ଫଟୋରେ ତାଙ୍କ ଫିଅନ୍ସି(ଭାବି ସ୍ବାମୀ) ତାଙ୍କ ହାତକୁ ଧରିଥିବା ନଜର ଆସିଥିଲେ।