ଆଜି ରାତିରୁ ଆସନ୍ତାକାଲି ୪ଟା ଯାଏଁ ଚାଲିବ ସୋନାକ୍ଷୀଙ୍କ ବିବାହ ଭୋଜିର କାର୍ଯ୍ୟକ୍ରମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜୁନ୨୩ ତାରିଖରେ ଜହିରଙ୍କ ସହିତ ରେଜିଷ୍ଟ ବିବାହ କରିବାକୁ ଯାଉଛନ୍ତି। ରାତିରେ ଦୁହିଁଙ୍କର ବିବାହ ଭୋଜିର ଆୟୋଜନ କରାଯାଇଛି। ଏହି ଭୋଜିରେ ଯୋଗ ଦେଇ ଡିଜେ ଗଣେଶ ନିଜର ପ୍ରଦର୍ଶନ ଦେଖାଇବେ।

ଗଣେଶ କହିଛନ୍ତି, ‘ସୋନାକ୍ଷୀ ଓ ଜହିରଙ୍କ ବିବାହ ଭୋଜିରେ ସାମିଲ ହେବାପାଇଁ ପାଖାପାଖି ୧୦୦୦ଜଣ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ ଅତିଥିଙ୍କ ମଧ୍ୟରେ ରାଜନେତା, ବଲିଉଡ କଳାକାର ଓ ବ୍ୟବସାୟୀଙ୍କ ସମେତ ଆହୁରି ଅନେକ ଲୋକ ସାମିଲ ହେବେ। ଏହି ବିବାହ ଭୋଜି ଆଜି ରାତି ଅର୍ଥାତ ଜୁନ ୨୩ ତାରିଖରେ ଆରମ୍ଭ ହୋଇ ଆସନ୍ତାକାଲି ୪ଟା ପର୍ଯ୍ୟନ୍ତ ଚାଲିବ।

ବିଶେଷ ସୂତ୍ରରୁ ଖବର ମିଳିଛି, ସୋନାକ୍ଷୀ ଓ ଜହିର ଦୁହେଁ ମସଜିଦ ଆକ୍ଟ ଜରିଆରେ ବିବାହ କରିବେ। ଏହି ବିବାହ ବାନ୍ଦ୍ରାରେ ସୋନାକ୍ଷୀଙ୍କ ଘରେ ହେବ। ବିବାହ ପରେ ଗଣମାଧ୍ୟମ ସହିତ ବି କିଛିସମୟ ବିତାଇବାର ଯୋଜନା ରହିଛି।

ତେବେ ସୋନାକ୍ଷୀ ଓ ଜହିର ଏଯାବତ ତାଙ୍କ ବିବାହ ପ୍ରସ୍ତୁତିକୁ ଗୋପନ ରଖିଛନ୍ତି। ଏଯାବତ ତାଙ୍କର ହଳଦୀ ଓ ମେହେନ୍ଦୀର କୌଣସି ଫଟୋ ବି ସାମ୍ନାକୁ ଆସିନାହିଁ। ଏହାକୁ ନେଇ ସୋନାକ୍ଷୀଙ୍କ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିବା ବି ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର