ହିନ୍ଦୁ କିମ୍ବା ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିବେ ନାହିଁ ସୋନାକ୍ଷୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜି ଅର୍ଥାତ୍ ଜୁନ୨୩ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ସୋନାକ୍ଷୀ ଏବଂ ଜହିରଙ୍କ ଏହି ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ କିମ୍ବା ମୁସଲମାନ ରୀତିନୀତି ଅନୁଯାୟୀ ହେବ ନାହିଁ। ବରଂ ସୋନା ଏବଂ ଜହିର ରେଜିଷ୍ଟର୍ଡ ବିବାହ କରିବାକୁ ଯାଉଛନ୍ତି।

ସୋନାଙ୍କ ବାପା ଶତ୍ରୁଘ୍ନ  ସିହ୍ନାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି, ସମ୍ପୂର୍ଣ୍ଣ ବିବାହ ପ୍ରସ୍ତୁତି ସୋନାକ୍ଷୀଙ୍କ ଘରେ କରାଯାଇଛି। ଜହିରବି ବିବାହ ପାଇଁ ସୋନାକ୍ଷୀଙ୍କ ଘରେ ପହଞ୍ଚି ଯାଇଛନ୍ତି।  ସୋନାକ୍ଷୀ ବି ବଧୂ ବେଶରେ ସଜେଇ ହେଲେଣି। ଏହି ରେଜିଷ୍ଟ ବିବାହ ପରେ ସନ୍ଧ୍ୟାରେ ଭୋଜିର ଆୟୋଜନ କରାଯାଇଛି। ଏଥିରେ ସୋନାକ୍ଷୀ ଓ ଜହିରଙ୍କ ଅନେକ ବନ୍ଧୁବାନ୍ଧବ ସାଙ୍ଗସାଥୀ ଓ ଷ୍ଟାରମାନେ ଉପସ୍ଥିତ ରହିବେ ବୋଲି ଶୁଣିବାକୁ ମିଳିଛି।  ସୋନାକ୍ଷୀଙ୍କ ଏହି ବିବାହକୁ ନେଇ କିଛି ‌ଲୋକେ  ଟ୍ରୋଲ କରୁଥିବା ବ‌େଳେ ଅନେକ ଅଭିନେତ୍ରୀଙ୍କ ବୈବାହିକ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି।

 

 

View this post on Instagram

 

A post shared by Varinder Chawla (@varindertchawla)

ସୋନାକ୍ଷୀଙ୍କ ବିବାହକୁ ନେଇ ଅର୍ଥାତ ପ୍ରିୟ ଅଭିନେତ୍ରୀଙ୍କୁ ବଧୂ ବେଶରେ ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଆଜି ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ ‌ହୋଇଛି। ଯେଉଁଥିରେ ବିବାହର କିଛି ପୋଷାକ ଦେଖିବାକୁ ମିଳୁଛି। ଏହାକୁ ସୋନାକ୍ଷୀ ଓ ଜହିରଙ୍କ ବିବାହ ପୋଷାକ ‌ବୋଲି ଲୋକେ କହୁଛନ୍ତି।

 

 

ସମ୍ବନ୍ଧିତ ଖବର