ବିବାହ ପରେ ଧର୍ମ ବଦଳାଇବା ଚର୍ଚ୍ଚା ମଧ୍ୟରେ ସୋନାକ୍ଷୀଙ୍କ ଶଶୁର ଦେଲେ ପ୍ରତିକ୍ରିୟା

ମୁମ୍ବାଇ: ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଥିଲେ ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ। ଜୁନ ୨୩ରେ ଅର୍ଥାତ କାଲି ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିବାହ ପରେ ସୋନାକ୍ଷୀ ଧର୍ମ ବଦଳାଇବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଶଶୁର ଇକବାଲ ରତାନ୍ସୀ |

ସେ କହିଛନ୍ତି ଯେ, “ସୋନାକ୍ଷୀ ଧର୍ମ ପରିବର୍ତ୍ତନ କରିବେ ନାହିଁ ଏବଂ ଏହା ନିଶ୍ଚିତ। ସେମାନଙ୍କର ହୃଦୟର ମିଳନ ହେବା ପରେ ବିବାହ ହେଉଛି | ଏଥିରେ ଧର୍ମର କୌଣସି ଭୂମିକା ନାହିଁ। ମୁଁ ମାନବିକତା ଉପରେ ବିଶ୍ୱାସ କରେ। ଈଶ୍ୱରଙ୍କୁ ହିନ୍ଦୁମାନେ ଭଗବାନ୍ ଏବଂ ମୁସଲମାନମାନେ ଆହ୍ଲା ବୋଲି କହନ୍ତି। କିନ୍ତୁ ଶେଷରେ, ଆମେ ସମସ୍ତେ ମଣିଷ ଅଟୁ | ମୋର ଆଶୀର୍ବାଦ ଜହିର ଏବଂ ସୋନାକ୍ଷୀଙ୍କ ସହ ଅଛି।”

ତେବେ କୁହାଯାଉଥିଲା ଯେ, ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଓ ନେତା ଶତ୍ରୁଘ୍ନ ସିହ୍ନା ଏ ବିବାହରେ ଖୁସି ନାହାନ୍ତି | ସେ ଏକ ସାକ୍ଷାତକାରରେ କହିଥିଲେ ଯେ, “ଆଜିକାଲିକା ପିଲା ବାପା-ମା’ଙ୍କୁ କୌଣସି ବିଷୟରେ ଆଉ ପଚାରୁନାହାନ୍ତି। ସିଧା ନିଷ୍ପତ୍ତି ଶୁଣାଉଛନ୍ତି। ଆମେ ସୋନାକ୍ଷୀଙ୍କ ନିଷ୍ପତ୍ତି ଶୁଣିବାକୁ କେବଳ ଅପେକ୍ଷା କରିଛୁ।” ତାଙ୍କର ଏଭଳି ବୟାନ ପାଇଁ ସେ ଖୁସି ନଥିବା ନେଇ ଚର୍ଚ୍ଚା ହେବାରୁ ପରେ ସେ ଝିଅ ବିବାହରେ ଖୁସି ଥିବା ସ୍ପଷ୍ଟ କରିଥିଲେ |

ସମ୍ବନ୍ଧିତ ଖବର