ନୂଆଦିଲ୍ଲୀ: ଅଭିନେତା ସୋନାକ୍ଷୀ ସିହ୍ନା ଓ ଜହିର ଇକବାଲଙ୍କ ବିବାହ ନିକଟରେ ସମ୍ପର୍ଣ୍ଣ ହୋଇଯାଇଛି। ଦୁହିଁଙ୍କ ବିବାହ ଫଟୋ ‌ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ବିବାହ ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ନଜର ଅଭିନେତ୍ରୀଙ୍କ ହୀରାମୁଦି ଉପରେ ପଡ଼ିଥିଲା। ଏହି ମୁଦିଟି ଅତି ସୁନ୍ଦର ହେବାସହିତ ମୂଲ୍ୟବାନ ଥିବା ଅନୁମାନ ହେଉଛି।

Advertisment

ଏହି ମୁଦିକୁ ଦେଖିବା ପରେ ଲୋକେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ସେହି ମୁଦି ଯାହାକୁ ସୋନାକ୍ଷୀ ୨୦୨୨ରେ ପିନ୍ଧି ନିଜର ନେଲ ଆର୍ଟର ପ୍ରମୋସନ କରିଥିଲେ। ଲୋକେ ସେ ସମୟରେ ସୋନାକ୍ଷୀଙ୍କ ମୁଦି ଉପରେ ବିଶେଷ ଧ୍ୟାନ ନଦେଇ ନେଲ ଆର୍ଟ ଉପ‌ରେ ଦେଇଥିଲେ।

ଏବେ ଶୁଣିବାକୁ ମିଳୁଛି ସୋନାକ୍ଷୀ ବାମ ହାତରେ ପିନ୍ଧିଥିବା ହୀରା ମୁଦି ତାଙ୍କ ନିର୍ବନ୍ଧର ।ଯାହାକୁ ସେ ଦୁଇବର୍ଷ ପୂର୍ବରୁ ପିନ୍ଧିଥିଲେ। ନିକଟରେ ସାମ୍ନାକୁ ଆସିଥିବା ବିବାହ ଫଟୋରେ ସୋନାକ୍ଷୀଙ୍କ ସେହି ହୀରା ମୁଦିକୁ ଦେଖି  ଅନୁମାନ କରାଯାଉଛିକି ସୋନାକ୍ଷୀଙ୍କ ନିର୍ବନ୍ଧ ଦୁଇବର୍ଷ ପୂର୍ବରୁ ହୋଇସାରିଥିଲା।