ପ୍ରେମିକଙ୍କ ସହ ବିବାହକୁ ଅନୁଷ୍ଠାନିକ କଲେ ସୋନାକ୍ଷୀ, ଜୁନ୍‌ ୨୩ ତାରିଖରେ ବାହାଘର

ନୂଆଦିଲ୍ଳୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ସେମାନଙ୍କ ବିବାହ ତାରିଖ ନିଶ୍ଚିତ କରିଛନ୍ତି। ସେମାନଙ୍କ ବିବାହ ନିମନ୍ତ୍ରଣ ମଧ୍ୟ ଜାରି କରିଛନ୍ତି। ଦମ୍ପତି ଜୁନ୍ ୨୩ ତାରିଖରେ ମୁମ୍ବାଇରେ ବିବାହ କରିବେ। ସେମାନଙ୍କ ବିବାହ ଖବର ପ୍ରଥମେ ଇଣ୍ଡିଆ ଟୁଡେ ଦ୍ୱାରା ନିଶ୍ଚିତ କରାଯାଇଥିଲା।

ବିବାହ ନିମନ୍ତ୍ରଣ ପତ୍ର ଏକ ପତ୍ରିକାର କଭର ପରି ଡିଜାଇନ୍ କରାଯାଇଛି। ସେ ସେଥିରେ ଲେଖିଛନ୍ତି ଯେ ‘‘ଯେଉଁ ଗୁଜବ ଏତେ ଦିନ ଧରି ପ୍ରକାଶା ପାଉଥିବା ସେସବୁ ସତ। ଆମେ ଏହାକୁ ଆନୁଷ୍ଠାନିକ କରୁଛୁ। ଡ୍ରେସ୍‌ କୋର୍ଡ ଫାର୍ମାଲ ଓ ଫେଷ୍ଟିଭ୍‌ ହେବା ଜରୁରୀ। କୌଣସି ବି ମତେ ନାଲି ପୋଷାକ ପରିଧାନ କରନ୍ତୁ ନାହିଁ।’’ ଏହା ସହିତ ବିବାହ ତାରିଖ ଜୁନ୍‌ ୨୩ ଓ ସ୍ଥାନ ‘ବାଷ୍ଟିଆନ୍ ଆଟ୍‌ ଦ ଟପ୍‌’ ବୋଲି ଲେଖାଯାଇଛି।

ପୂର୍ବରୁ ଅଭିନେତ୍ରୀଙ୍କ ପିତା ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ଭାଇ ଲଭ୍ ସିହ୍ନା ଏହି ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ପରେ ସୋନାକ୍ଷୀ ମଧ୍ୟ ଏହି ଗୁଜବ ବିଷୟରେ ଏବେ ଖୋଲିକି ନିଜର ମତ ରଖିଥିଲେ।

ଏକ ବାର୍ତ୍ତାଳାପରେ ଅଭିନେତ୍ରୀ କହିଥିଲେ, “ପ୍ରଥମତଃ ଏହା ଅନ୍ୟ କାହାର ବ୍ୟବସାୟ ନୁହେଁ। ଦ୍ୱିତୀୟତଃ ଏହା ମୋର ବ୍ୟକ୍ତିଗତ ପସନ୍ଦ। ତେଣୁ ମୁଁ ଜାଣେ ନାହିଁ କାହିଁକି ଲୋକମାନେ ଏହା ବିଷୟରେ ଏତେ ଚିନ୍ତିତ ଅଟନ୍ତି। ଲୋକମାନେ ମୋ ବିବାହ ବିଷୟରେ ମୋ ପିତାମାତାଙ୍କ ଅପେକ୍ଷା ଅଧିକ ପଚାରୁଛନ୍ତି, ତେଣୁ ଏହା ମେ‌ାତେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ମୁଁ ଏଥିରେ ଅଭ୍ୟସ୍ତ। ଏହା ମୋତେ ବ୍ୟଥିତ କରୁନାହିଁ। ଲୋକମାନେ ଆଗ୍ରହୀ ଅଟନ୍ତି ତ ମୁଁ ଏହାକୁ ନେଇ କ’ଣ କରିପାରିବି? ”

ସମ୍ବନ୍ଧିତ ଖବର