ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରହୁଥିବା ଘରର ନାମ ‘ରାମାୟଣ’ କାହିଁକି ରଖା ଯାଇଛି ଜାଣନ୍ତି କି?

ମୁମ୍ବାଇ : ବଲିଉଡ୍‌ କଳାକାରମାନଙ୍କର ବଙ୍ଗଳା ଦେଖିବାକୁ ଯେପରି ସୁନ୍ଦର ସେଗୁଡ଼ିକର ନାମ ବି ତା’ଠାରୁ ଅଧିକ ଆକର୍ଷଣୀୟ । ଦବଙ୍ଗ ଖାନ୍‌ ସଲମାନଙ୍କ ଆପାର୍ଟମେଣ୍ଟର ନାଁ ଗ୍ୟାଲେକ୍ସି ରଖା ଯାଇଥିବା ବେଳେ ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ଙ୍କ ଘରର ନାଁ ରଖା ଯାଇଛି ମନ୍ନତ । ତେବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବଙ୍ଗଳାର ନାଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତା’ ଠାରୁ ଅଧିକ ଚର୍ଚ୍ଚାର କାରଣ ହେଉଛି ଏପରି ନାଁ ରଖିବା ପଛର କାରଣ ।

DNA India

ପ୍ରଥମ ଥର ପାଇଁ ସୋନାକ୍ଷୀ ନିଜ ବଙ୍ଗଳାର ନାଁ ‘ରାମାୟଣ’ କାହିଁକି ରଖା ଯାଇଛି ସେ ବିଷୟରେ ଜଣାଇଛନ୍ତି । ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡ଼ଲ-୧୦କୁ ନିଜ ଫିଲ୍ମ ‘ହାପି ଫିର୍‌ ଭାଗ୍‌ ଜାଏଗି’ର ପ୍ରମୋସନ କରିବାକୁ ଆସିଥିବା ବେଳେ ସେ ଏ ନେଇ ଖୁଲାସା କରିଥିବା ଦେଖା ଯାଇଛି । ତାଙ୍କ କହିବା ଅନୁଯାୟୀ ‘ମୋ ବାପା ଏବଂ ତାଙ୍କ ୩ ଭାଇଙ୍କ ନାମ ଶତ୍ରୁଘ୍ନ,ରାମ,ଲକ୍ଷ୍ମଣ,ଭରତ ହୋଇଥିବା ବେଳେ ମୋର ଦୁଇ ଭାଇଙ୍କ ନାମ ଲବ୍‌-କୁଶ୍‌ ରଖା ଯାଇଛି । ଯେହେତୁ ଘରର ସବୁ ସଦସ୍ୟଙ୍କ ନାମ ରାମାୟଣର ଚରିତ୍ର ଅନୁଯାୟୀ ରଖା ଯାଇଛି ସେଥିପାଇଁ ଆମେ ଘରର ନାମ ରାମାୟଣ ରଖିବା ପାଇଁ ନିଷ୍ପତ୍ତିି ନେଇଥିଲୁ’ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର