କର୍କଟ ଚିକିତ୍ସା ପାଇଁ ନ୍ୟୁୟର୍କ ଯିବାକୁ ଚାହୁଁ ନ ଥିଲେ ସୋନାଲୀ, ସେଠାରେ ପହଞ୍ଚିବା ପରେ ବଞ୍ଚିବାର ମାତ୍ର ୩୦ପ୍ରତିଶତ ସୁଯୋଗ ରହିଥିବା କହିଥିଲେ ଡ଼ାକ୍ତର

ମୁମ୍ବାଇ : ଗତ ଜୁଲାଇ ମାସରେ ଯେତେବେଳେ ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନିଜର କର୍କଟ ରୋଗ ବିଷୟରେ ଇନ୍‌ଷ୍ଟା ମାଧ୍ୟମରେ ଜଣାଇଥିଲେ, ସେତେବେଳେ ଖବରଟି ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା । ନିଜର ସବୁ କାମ ଛାଡ଼ି ସୋନାଲୀ ଚିକିତ୍ସା କରାଇବା ପାଇଁ ନ୍ୟୁୟର୍କରେ ଯାଇ ପହଞ୍ଚିଥିଲେ । ଏ ସମୟରେ ସେ ପ୍ରତିଟି ମୁହୂର୍ତ୍ତର ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରୁଥିଲେ । ଏବେ ସେ ଭଲ ହୋଇ ଭାରତ ଫେରିଥିବା ବେଳେ ପ୍ରଥମେ ସେ ଚିକିତ୍ସା ପାଇଁ ନ୍ୟୁୟର୍କ ଯିବାକୁ ଚାହୁଁ ନଥିବା କହିଛନ୍ତି ।

BollywoodShaadis.com

ତାଙ୍କ କହିବା ଅନୁଯାୟୀ, ମୋତେ କର୍କଟ ରୋଗ ହୋଇଛି ବୋଲି ଜଣାପଡ଼ିବା ପରେ ମୋ ସ୍ୱାମୀ ଗୋଲ୍‌ଡି ତୁରନ୍ତ ମୋତେ ନେଇ ନ୍ୟୁୟର୍କ ଯିବା ପାଇଁ ବାହାରିଥିଲେ । କିନ୍ତୁ ମୁଁ ରାଜି ହୋଇ ନଥିଲି । ଭାରତରେ ମଧ୍ୟ ଚିକିତ୍ସା ହୋଇ ପାରିବ । ତୁମେ ମୋତେ ପରିବାରଠାରୁ ଦୂରକୁ ନିଅ ନାହିଁ ବୋଲି ମୁଁ ଯେତେ କହିଥିଲେ ମଧ୍ୟ ସେ ମୋ କଥା ଶୁଣି ନଥିଲେ । ନିଜେ ସବୁ ବ୍ୟାଗ୍‌ ପ୍ୟାକ୍‌ କରି ବାହାରିଥିଲେ । ବିମାନ ମଧ୍ୟରେ ମଧ୍ୟ ମୁଁ ତାଙ୍କ ସହ ଝଗଡ଼ା କରୁଥିଲି । କାରଣ ମୋତେ ମୋର କର୍କଟ ରୋଗ କେଉଁ ଷ୍ଟେଜ୍‌ରେ ରହିଛି ବୋଲି ଜଣା ନଥିଲା । ନ୍ୟୁୟର୍କରେ ପହଞ୍ଚିବା ପରେ ମୋର ସବୁ ପରୀକ୍ଷା କରାଯିବା ପରେ କର୍କଟ ରୋଗ ଚତୁର୍ଥ ଷ୍ଟେଜ୍‌ରେ ଥିବା କହିଥିଲେ ଡ଼ାକ୍ତର । ଏହା ସହ ମୋର ବଞ୍ଚିବାର ସୁଯୋଗ ୩୦ପ୍ରତିଶତ ରହିଛି ବୋଲି ଡ଼ାକ୍ତର ଜଣାଇବା ପରେ ଏହା ଶୁଣି ମୁଁ ଗୋଲ୍‌ଡିଙ୍କୁ ମୋତେ ନ୍ୟୁୟର୍କ ନେଇଥିବାରୁ ଧନ୍ୟବାଦ୍‌ ଜଣାଇଥିଲି ।

ସମ୍ବନ୍ଧିତ ଖବର