ସୋନିଲୀଙ୍କ ରୋଗ ସଂପର୍କରେ ଜାଣିବା ପରେ କେମିତି ଥିଲା ତାଙ୍କ ପୁଅର ପ୍ରତିକ୍ରିୟା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସେନାଲୀ ବେନ୍ଦ୍ରେ କର୍କଟ ରୋଗର ଶେଷ ପର୍ଯ୍ୟାୟରେ ଚିକିତ୍ସତ ହେଉଥିବା ଆପଣ ଜାଣିଥିବେ ନିଶ୍ଚୟ। ସୋନାଲୀ କର୍କଟରେ ପୀଡ଼ିତ ହେବା ପରେ ସଂପର୍କୀୟ, ପ୍ରଶଂସକ, ଶୁଭେଚ୍ଛୁଙ୍କ ନିକଟରୁ ଶୁଭକାମନାର ସୁଅ ଛୁଟିଛି। ଅନେକ ବଲିଉଡ୍‌ କଳାକାର ସୋନାଲୀଙ୍କ ଆରୋଗ୍ୟ କାମନା କରି ନିକଟରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରିଛନ୍ତି। ଏପରିକି ସୋନାଲୀ ନିଜ ଚିକିତ୍ସା କରିବାକୁ ବାହରକୁ ଯିବା ପୂର୍ବରୁ ନିଜ କେଶ କାଟିଥିବାର ଏକ ଭିିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିଲା। ସେଥିରେ ସୋନାଲୀ ହସି ହସି ଭିଡିଓ ସୁଟ୍‌ କରିଥିବାର ନଜରକୁ ଆସିଥିଲେ। ଆପଣ ଜାଣିଥିବେ ନିଶ୍ଚୟରେ କର୍କଟ ଚିକିତ୍ସା ପାଇଁ ଯେଉଁ କେମୋଥେରାପି ଦେବାକୁ ପଡ଼େ ସେଥିପାଇଁ କେଶ କାଟିବା ଜରୁରୀ ହୋଇଥାଏ।

ସୋନାଲିଙ୍କର ସେହି ହସ ହସ ମୁହଁର ଭିଡିଓ ଅନେକଙ୍କ ହୃଦୟକୁ ଛୁଇଁ ପାରିଥିଲା। ଜଟିଳ ମୁହୂର୍ତ୍ତରେ ବି କିପରି ନିଜ ଭିତରେ ସାହସ ଓ ଟାଣପାଣ ରଖିବାକୁ ହୁଏ ସୋନାଲି ତା’ର ଜ୍ୱଳନ୍ତ ଉଦାହରଣ ପାଲଟିଥିଲେ। ଇତିମଧ୍ୟରେ ସୋନାଲିଙ୍କ ଚିକିତ୍ସା ଆରମ୍ଭ ହୋଇ ଯାଇଛି। ତେବେ ସୋସିଆଲ୍‌ ମିଡିଆରେ ଏବେ ଦେଖିବାକୁ ମିଳୁଛନ୍ତି ସୋନାଲୀଙ୍କ ଟିନ୍‌ ଏଜେଡ୍‌ ପୁଅ ରଣବୀର। ସେ ଖୁବ୍‌ ସାନ ହେଲେ ବି ସାହସୀକତାର ପରିଚୟ ଦେଇ ଚର୍ଚ୍ଚାରେ ଅଛନ୍ତି। ନିଜ ମାଆଙ୍କୁ ଏପରି ଅବସ୍ଥାରେ ପାଇବା ପରେ ସେ ଭୟଭୀତ ହେବା ପରିବର୍ତ୍ତେ ମାଆଙ୍କୁ ସାହସ ଦେଇଥିବା ଜାଣିବାକୁ ମିଳିଛି। ସୋନାଲୀ ନିଜେ ତାଙ୍କ ପୁଅ ସହ ନିଜର ଏକ ଫଟୋ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସୋନାଲୀଙ୍କ ସ୍ୱାମୀ ଗୋଲ୍‌ଡି ବେହଲ ତାଙ୍କର ସ୍ୱତନ୍ତ୍ର ଦେଖାଶୁଣା କରୁଛନ୍ତି।

ସମ୍ବନ୍ଧିତ ଖବର