କପିଲ ଶର୍ମା ସୋ’ରୁ ବିଦାୟ ନେବେ କି ଅର୍ଚ୍ଚନା! ସୋନାଲି ବେନ୍ଦ୍ରେ ନେଇପାରନ୍ତି ସ୍ଥାନ!

ମୁମ୍ବାଇ: କମେଡି ସୋ ‘ଦି କପିଲ ଶର୍ମା ସୋ’ ଦେଶବିଦେଶରେ ଅନେକ ଲୋକ ଖୁବ ପସନ୍ଦ କରିଥାନ୍ତି | ଏହି ସୋ ସେଲିବ୍ରିଟିମାନଙ୍କୁ ଯେତିକି ଆକର୍ଷିତ କରେ ସେତିକି ସାଧାରଣ ଜନତାଙ୍କୁ ପସନ୍ଦ ଆସିଥାଏ | ଅଧିକାଂଶ ସେଲିବ୍ରିଟି କପିଲ ଶର୍ମା ସୋ’କୁ ଯିବାକୁ ଚାହିଁଥାନ୍ତି | ତେବେ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଆପଣ ପ୍ରଥମ ଥର ପାଇଁ ସୋ’ରେ ଦେଖିବାକୁ ପାଇବେ। ତେବେ ସୋନାଲିଙ୍କର ଦିନିକିଆ ଅତିଥି ଭାବେ ନୁହେଁ ବରଂ ଅର୍ଚ୍ଚନାଙ୍କ ସିଟ ଉପରେ ନଜର ରହିଛି, ବୋଲି ଯଦି ଆମେ କହିବୁ, ଆପଣ ଏହାକୁ ବିଶ୍ୱାସ କରିବେ କି? ବାସ୍ତବରେ ସୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି | ଯେଉଁଥିରେ ରିଅଲିଟି ସୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର୍’ର ବିଚାରକମାନେ ଖୁବ୍ ଶୀଘ୍ର ‘ଦି କପିଲ୍ ଶର୍ମା ସୋ’ରେ ଅତିଥି ଭାବରେ ଆସିବାକୁ ଯାଉଛନ୍ତି। ଏହି ଏପିସୋଡରେ ମାଷ୍ଟର ଟେରେନ୍ସ, ଗୀତା ଏବଂ ସୋନାଲି ବେନ୍ଦ୍ରେ ହସି ହସାଉଥିବାର ନଜର ଆସିବେ |

ପ୍ରୋମୋରେ ଦେଖିବାକୁ ମିଳିଛି ଯେ କପିଲ ଶର୍ମାଙ୍କୁ ସୋନାଲିଙ୍କୁ ଦର୍ଶକଙ୍କ ସହ ପରିଚିତ କରାଇ କହିଥିଲେ ଯେ, ‘ସୋନାଲି ଆପଣ ଆମ ସୋ’ରେ ପ୍ରଥମ ଥର ପାଇଁ ଆସିଛନ୍ତି, ତେବେ ଆସିବାରେ ଏତେ ବିଳମ୍ବ କାହିଁକି ହେଲା? ଏହାର ଉତ୍ତରରେ ସୋନାଲି କୁହନ୍ତି, ତୁମେ ଫୋନ କରି ନାହଁ। ଏହାପରେ କପିଲ କହିଛନ୍ତି ଯେ, ଯଦି ତୁମକୁ ଡାକିଲେ ତୁମେ ଆସିଯାଉଥାନ୍ତ, ତେବେ ଆମେ ତୁମକୁ ବହୁ ପୂର୍ବରୁ ଡାକିଥାନ୍ତୁ । ଏହା ପରେ ସୋନାଲିଙ୍କୁ ସ୍ୱାଗତ କରିବାବେଳେ କପିଲ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ‘ଯେହେତୁ ତୁମେ ପ୍ରଥମ ଥର ଆମ ସୋ’କୁ ଆସିଛ, ତୁମେ କ’ଣ ପାଇବାକୁ ଚାହୁଁଛ? ଚା, କଫି ନା ଅର୍ଚ୍ଚନାଙ୍କ ଚେୟାର? ଏହାପରେ ସୋନାଲି କହିଛନ୍ତି, ମୁଁ ଚା କିମ୍ବା କଫି ଚାହେଁ ନାହିଁ ମୋତେ ଅର୍ଚ୍ଚନାଙ୍କ ଆସନ ଦିଆଯାଉ | ଏହା ଶୁଣି ଅର୍ଚ୍ଚନା କହିଛନ୍ତି ଯେ, ତୁମେମାନେ ମୋ ଚେୟାର ପଛରେ କାହିଁକି ପଡ଼ିଛ?”

ସମ୍ବନ୍ଧିତ ଖବର