ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ପୁଅକୁ ଜନ୍ମଦିନର ଶୁଭକାମନା ଜଣାଇ ଏକ ଭିଡିଓ ସେଆର୍ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ଏହା ହେଉଛି ପୁଅ ରଣବୀର ବହଲର ପ୍ରଥମ ଜନ୍ମଦିନ ଯେଉଥିରେ ସେ ଅନୁପସ୍ଥିତ ଅଛନ୍ତି। ସୋନାଲି ପୁଅ ରଣବୀରଙ୍କୁ ତାଙ୍କର ଶୁଭକାମନା ଜଣାଇବା ସହ ରଣବୀରଙ୍କର ସାହସିକତା,ଦୟାଶୀଳତାର ପ୍ରଶଂସା କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ନିଜର ହାଇ ଗ୍ରେଡ୍ କର୍କଟ ରୋଗର ଚିକିତ୍ସା କରୁଛନ୍ତି । ଜୁଲାଇ ୪ରେ ପ୍ରଥମ ଥର ପାଇଁ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ନିଜର ରୋଗ ବିଷୟରେ ଜଣାଇଥିଲେ । ଏହି ଖବର ପାଇଁ ତାଙ୍କ ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ବହୁତ ବଡ଼ ଝଟ୍କା ଲାଗିଥିଲା । ହଠାତ୍ ସୋନାଲିଙ୍କ ଏହି ରୋଗରେ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ନ୍ୟୁୟର୍କରେ ରହି ମଧ୍ୟ ଚିକିତ୍ସାର ସମସ୍ତ ଖବର ସୋନାଲି ନିଜ ପ୍ରଶଂସକଙ୍କ ସହ ସେୟାର କରୁଥିବା ବେଳେ କିଛି ଦିନ ତଳେ ତାଙ୍କ କେଶକୁ କାଟି ଛୋଟ କରିଥିବାର ଭିଡ଼ିଓ ଏବଂ କିଛି ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଗତ ରବିବାର ସକାଳେ ସୋନାଲି ନିଜର ଏକ ନୂଆ ଫଟୋ ସେୟାର କରିଥିବା ଦେଖା ଯାଇଥିଲା ।