ଗମ୍ଭୀର ହେବାରେ ଲାଗିଛି ସୋନାଲିଙ୍କ ସ୍ୱାସ୍ଥ୍ୟବସ୍ଥା,ଶରୀରରେ ଆସିଲାଣି ଅନେକ ପରିବର୍ତ୍ତନ
ମୁମ୍ବାଇ : କିଛି ଦିନ ତଳେ ସୋସିଆଲ ମିଡ଼ିଆ ଜରିଆରେ ନିଜ ରୋଗ ବିଷୟରେ ଜଣାଇଥିଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । କର୍କଟ ରୋଗର ଶିକାର ହେବା କଥା ସମ୍ନାକୁ ଆସିବା ପରେ ସେ ରିୟାଲିଟି ସୋ’ ଛାଡ଼ି ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇ ପହଞ୍ଚିଥିଲେ । ବିଭିନ୍ନ ସମୟରେ ସେ ନିଜ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ତ ତଥ୍ୟ ନିଜ ପ୍ରଶଂସକଙ୍କୁ ଦେଇଥାନ୍ତି । ଫଟୋ କି ଭିଡ଼ିଓ ମାଧ୍ୟମରେ ହେଉ ସେ ନିଜର ଦୁଃଖକୁ ସମସ୍ତଙ୍କ ସହ ସହ ବାଣ୍ଟିଥାନ୍ତି । କିଛି ଦିନ ତଳେ ତାଙ୍କର ଲଣ୍ଡା ହେବାର ଫଟୋ ଭାଇରାଲ ହୋଇଥିଲା । ଯାହା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା । ଏବେ ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଫଟୋରେ ତାଙ୍କ ଆଖି ତଳ କଳା ପଡ଼ି ଯାଇଥିବା ବେଳେ ତାଙ୍କ ଶରୀରର ଓଜନରେ ଅନେକ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି । ଗତକାଲି ଇର୍ଫାନ୍ ଖାନ୍ଙ୍କ ସ୍ୱସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ େଓ୍ଵବ୍ ସିରିଜ୍ର ସୁଟିଂ ଛାଡ଼ିଥିବା ଖବର ସାମ୍ନାକୁ ଆସିଥିଲା । ଏକା ସାଙ୍ଗ ଦୁଇ ଲୋକପ୍ରିୟ କଳାକାରଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସେମାନଙ୍କ ପ୍ରଶଂସକୁ ଦଃଖିତ କରିଛି ।