କର୍କଟ ରୋଗର ଚିକିତ୍ସା ପରେ ଲଣ୍ଡା ହେଲେ ସୋନାଲି, ସାମ୍ନାକୁ ଆସିଥିବା ଫଟୋ ଦେଖି ବଢ଼ିଲା ପ୍ରଶଂସକଙ୍କ ଦୁଃଖ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ନିଜର ହାଇ ଗ୍ରେଡ୍‌ କର୍କଟ ରୋଗର ଚିକିତ୍ସା କରୁଛନ୍ତି । ଜୁଲାଇ ୪ରେ ପ୍ରଥମ ଥର ପାଇଁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ନିଜର ରୋଗ ବିଷୟରେ ଜଣାଇଥିଲେ । ଏହି ଖବର ପାଇଁ ତାଙ୍କ ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ବହୁତ ବଡ଼ ଝଟ୍‌କା ଲାଗିଥିଲା । ହଠାତ୍‌ ସୋନାଲିଙ୍କ ଏହି ରୋଗରେ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ନ୍ୟୁୟର୍କରେ ରହି ମଧ୍ୟ ଚିକିତ୍ସାର ସମସ୍ତ ଖବର ସୋନାଲି ନିଜ ପ୍ରଶଂସକଙ୍କ ସହ ସେୟାର କରୁଥିବା ବେଳେ କିଛି ଦିନ ତଳେ ତାଙ୍କ କେଶକୁ କାଟି ଛୋଟ କରିଥିବାର ଭିଡ଼ିଓ ଏବଂ କିିଛି ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ରବିବାର ସକାଳେ ସୋନାଲି ନିଜର ଏକ ନୂଆ ଫଟୋ ସେୟାର କରିଥିବା ଦେଖା ଯାଇଛି ।

The Indian Express

ଯେଉଁଥିରେ ସେ ସଂପୁର୍ଣ୍ଣ ଲଣ୍ଡା ହୋଇ ଯାଇଥିବା ଦେଖା ଯାଇଛି । ଏହି ଫଟୋରେ ତାଙ୍କ ସହ ନଜର ଆସିଛନ୍ତି ରିତିକ୍‌ ରୋଶନଙ୍କ ପତ୍ନୀ ସୁଜାନେ ଖାନ୍‌ ଏବଂ ସ୍ୱଦେଶ ଫିଲ୍ମର ନାୟିକା ଗାୟତ୍ରୀ । ଫ୍ରେଣ୍ଡସିପ୍‌ ଡ଼େ ଅବସରରେ ସୋନାଲି ଏହି ଫଟୋ ସେୟାର କରିଥିବା ବେଳେ କର୍କଟ ରୋଗର ପ୍ରଭାବ ତାଙ୍କ ଶରୀର ଉପରେ ବାରି ହୋଇ ପଡ଼ୁଛି । ଏହି ଫଟୋ ରିତିକ୍‌ ରୋଶନ ଉଠାଇଥିବା ଜଣା ପଡ଼ିଛି । ସୋନାଲିଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ରିତିକ୍‌ ଏବଂ ସୁଜାନେ ନ୍ୟୁୟର୍କରେ ପହଞ୍ଚିଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର