ସୋନମଙ୍କ ପିଲାଳିଆମିକୁ ଭିଡିଓ କରି ଇନ୍‌ଷ୍ଟାରେ ପୋଷ୍ଟ୍‍ କଲେ ଆନନ୍ଦ, ଦେଖନ୍ତୁ ଭିଡିଓରେ କ’ଣ କରୁଛନ୍ତି ଏହି ନବବିବାହିତା

ମୁମ୍ବାଇ: ଲଭବାର୍ଡ ସୋନମ କପୁର୍‌ ଏବଂ ପ୍ରେମିକ ଆନନ୍ଦ ଆହୁଜା ଏବେ ସଂପର୍କରେ ବାନ୍ଧି ହୋଇ ପତ-ପତ୍ନୀ ବନି ସାରିଛନ୍ତି। ପାରମ୍ପରିକ ଶିଖ୍‌ ସଂସ୍କୃତି ଅନୁଯାୟୀ ଗତ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ନବବିବାହିତ ଦମ୍ପତିଙ୍କୁ ଶନିବାର ଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ହାତରେ ମେହେନ୍ଦୀ ଓ ଷ୍ଟାଇଲିସ୍‌ ଶାଢ଼ିରେ ସୋନମ ବିଲ୍‌କୁଲ୍‌ ନବବିବାହିତା ମହିଳାଙ୍କ ପରି ସ୍ୱତନ୍ତ୍ର ଦିଶୁଛନ୍ତି। ତାଙ୍କ ଯାତ୍ରା ମସୟର ଫଟୋ ଓ ଭିଡିଓକୁ ଆନନ୍ଦ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ବାସ୍ତବ କଥାଟି ହେଉଛି ସେମାନେ କେଉଁଠିକୁ ବୁଲିବାକୁ ଯାଉନାହାନ୍ତି। ସୋନମ କ୍ୟାନିସ୍‌-୨୦୧୮ରେ ଯୋଗ ଦେବାକୁ ଯାଉଥିବା ବେଳେ ଆନନ୍ଦ ତାଙ୍କୁ ଫ୍ରେଞ୍ଚ୍‌ ପର୍ଯ୍ୟନ୍ତ ସାଥ୍‌ ଦେବାକୁ ଯାଉଛନ୍ତି। ସୋନମ ମେ ୧୪ ତାରିଖରେ କ୍ୟାନିସ୍‌ ରେଡ୍‌ କାର୍ପେଟରେ ନଜର ଆସିବେ।

ସେଠାରୁ ଫେରିବା ପରେ ବିଜିଗର୍ଲ ସୋନମ ତାଙ୍କ ଚଳଚ୍ଚିତ୍ର ‘ଭୀର୍‌ ଦି େଓ୍ଵଠିଂ’ର ପ୍ରମୋସନ୍‌ କାର୍ଯ୍ୟରେ ବ୍ୟସ୍ତ ରହିବେ। ତା’ପରେ ସେ ତାଙ୍କ ବାପା ଅନୀଲ୍‌ କପୁରଙ୍କ ସହ ପ୍ରଥମ କରି ସ୍କ୍ରିନ୍‌ ସେୟାର୍‌ କରୁଥିବା ଚଳଚ୍ଚିତ୍ର ‘ଏକ୍‌ ଲଡକି କୋ ଦେଖା ତୋ ଏସା ଲଗା’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିବେ।

 

Haha; they are adorable.❤ #anandahuja #sonamkapoor #everydayphenomenal

A post shared by Sonam Kapoor Ahuja ❤ (@sonamkapoorfan) on

ସବୁଠାରୁ ମଜାକାଥା ହେଲା ଆନନ୍ଦ ତାଙ୍କ ଇନ୍‌ଷ୍ଟା ପେଜ୍‌ରେ ଯେଉଁ ଭିଡିଓ ସେୟାର୍‌ କରିଛନ୍ତି ସେଥିରେ ସୋନମ କ’ଣ କରୁଛନ୍ତି କିଛି ବୁଝା ପଡୁନାହିଁ। ମାତ୍ର ତାଙ୍କର କୌତୁକିଆ ଅନ୍ଦାଜ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଅସିଛି।

ଗତ କିଛି ଦିନ ହେବ ସୋନମଙ୍କ ସଂଗୀତ, ମେହେନ୍ଦୀ, ବିବାହ ଓ ଭୋଜି ଖବର ଗଣମାଧ୍ୟରେ ଚର୍ଚ୍ଚାରେ ରହିଛି। ସୋନମଙ୍କ ଭୋଜିରେ ସଲମାନ ଖାନ୍‌ ଓ ଶାହାରୁଖ ମଜାଦିରିଆ ଅନ୍ଦାଜରେ ନୃତ୍ୟ ପ୍ରଦର୍ଶନ କରିଥିବା ଦୃଶ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତାଙ୍କର ଏହି ଖୁସି ମୁହୂର୍ତ୍ତରେ ସୋନମଙ୍କୁ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ଅଭିନନ୍ଦନ ଜଣାଇବାକୁ ପାଖରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର