ମୁମ୍ବାଇ: ପ୍ରଖ୍ୟାତ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ୍ କପୁର ଇତି ମଧ୍ୟରେ ସୋନମ କପୁର ଆହୁଜା ବନି ସାରିଲେଣି। ବିବାହ ପରେ ମଧ୍ୟ ସୋନମ୍ ପୂର୍ବବତ୍ ଅଭିନୟ ଜାରି ରଖିଛନ୍ତି।
ସୋନମ୍ କପୁର ବଲିଉଡରେ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ହଁ, ସେ ଖ୍ୟାତନାମା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ବ୍ଲାକ୍’ରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ତା’ପରେ ସେ ଭଂସାଲୀଙ୍କ ଫିଲ୍ମ ‘ସାଓ୍ଵରିୟା’ରେ ନାୟିକାଭାବେ କ୍ୟାରିଅର୍କୁ ଆଗକୁ ବଢ଼ାଇଥିଲେ।
ଏହାଭିତରେ ସୋନମ୍ କପୁର ଅନେକ ଗୁଡ଼ିଏ ହିନ୍ଦୀ ସିନେମାରେ କାମ କରିସାରିଲେଣି।ଏଥିମଧ୍ୟରେ ରହିଛି ଆଇ ହେଟ୍ ଲଭ୍ ଷ୍ଟୋରିଜ୍,ନୀରଜା,ପ୍ୟାଡ୍ମ୍ୟାନ୍ ,ବୀର୍ ଦି ଓ୍ଵଡିଂ,ପ୍ରେମ ରତନ୍ ଧନ୍ ପାୟୋ ଓ ସଂଜୁ ଆଦି।
ଏଥିମଧ୍ୟରୁ ‘ନୀରଜା’ରେ ଉଚ୍ଚକୋଟିର ଅଭିନୟ କରି ସୋନମ କପୁର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ।ଏବେ ସୋନମ କପୁର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ।
ଏବେ ସୋନମ କପୁରଙ୍କ ସଂପର୍କରେ ଏକ ଖବର ଶୁଣିବାକୁ ମିଳୁଛି। ତାହା ହେଲା ଯେ, ସେ ଖୁବ୍ ଶୀଘ୍ର ଟିଭି ପରଦାରେ ନଜର ଆସିବେ। କୁହାଯାଉଛି କି ସୋନମ୍ କପୁର ଟିଭି ସିରିଜ ‘ବ୍ୟାଟ୍ ଓ୍ଵିମ୍ୟାନ୍’ରେ ଅଭିନୟ କରିବେ। ଏହା ଏକ ଫିମେଲ୍ ସୁପର ହିରୋ ଶୈଳୀ ଟିଭି ସିରିଜ୍।
ଏହି ସିରିଜ୍ରେ ବ୍ୟାଟ୍ ଓ୍ଵିମ୍ୟାନ୍ ଭୂମିକାରେ ହିଁ ନଜର ଆସିବେ ସୋନମ୍ କପୁର। ଏକଥା ସୋନମ୍ କପୁର ନିଜର ଟ୍ଵିଟର ଏକାଉଣ୍ଟରେ ସେଆର୍ କରିଛନ୍ତି। ସୋନମ୍ ଲେଖିଛନ୍ତି ଯେ,ଏହା ଖୁବ୍ ରୋମାଞ୍ଚକର। ମୁଁ ସର୍ବଦା ବ୍ୟାଟ୍ମ୍ୟାନ୍ଙ୍କର ବଡ଼ ଫ୍ୟାନ୍।’