ବଲିଉଡ୍ ଅଭିନେତା ଅନୀଲ କପୁରଙ୍କ ଲାଡ୍ଲି ସୋନମ୍ କପୁରଙ୍କ ଇନ୍ଷ୍ଟାଗ୍ରାମ୍ର ଫଲୋଅର୍ ସଂଖ୍ୟା ଆଜି ୩୦ ମିଲିଅନ୍ ଅତିକ୍ରମ କରିଛି। ସଲ୍ମାନ୍ ଖାନ୍, ରଣବୀର ସିଂହ ଓ ଦିଶା ପଟାନୀଙ୍କ ପରେ ସୋନମ୍ଙ୍କ ଇନ୍ଷ୍ଟାରେ ଏତେ ସଂଖ୍ୟକ ପ୍ରଶଂସକ ଯୋଡ଼ି ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଭିରା ଦି ୱେଡିଂ, ନିର୍ଜା, ପ୍ୟାଡ୍ମ୍ୟାନ୍, ରାଞ୍ଝନା ଭଳି ଚଳଚ୍ଚିତ୍ରରେ ନିଜର ଦମଦାର୍ ଅଭିନୟ ଦେଖାଇ ସୋନମ୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଚଳିତବର୍ଷ ଆରମ୍ଭରୁ ସଲ୍ମାନ୍ ଖାନ୍ଙ୍କ ଇନ୍ଷ୍ଟାଗ୍ରାମ୍ ଫଲୋଅର୍ ସଂଖ୍ୟା ମଧ୍ୟ ୩୦ ମିଲିଅନ୍ ଅତିକ୍ରମ କରିଥିଲା।
୩୦ ମିଲିଅନ୍ ଫ୍ୟାନ୍ କ୍ଲବରେ ସୋନମ୍
/sambad/media/post_attachments/wp-content/uploads/2020/08/sonam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)