ମୁମ୍ବାଇ: ବଲିଉଡ଼୍ର ସାଓ୍ଵରିଆ ଗର୍ଲ ସୋନମ କପୁରଙ୍କ ବାହାଘରକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏଥିପାଇଁ ଅନୀଲ କପୁର ଙ୍କ ଘରେ ବି ପ୍ରସ୍ତୁତ ଚାଲିଛି । ମୁମ୍ବାଇର ଜନୈକ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି ସୋନମ୍ ।ଯଦିଓ ଏ ସଂପର୍କରେ ପରିବାର ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ନାହିଁ, ତେବେ ଚର୍ଚ୍ଚା ହେଉଛି କି ଏହି ବିବାହ ଉତ୍ସବ ମଇ ମାସରେ ଅନୁଷ୍ଠିତ ହେବ।
ସୋନମ୍ଙ୍କ ବିବାହକୁ ନେଇ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବିଖ୍ୟାତ ନିର୍ମାତା ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର୍ ବେଶ୍ ଉତ୍ସାହିତ ଅଛନ୍ତି। ସେ ବି ଜଣେ ନାୟିକା। ନିକଟରେ ତାଙ୍କର ଡ଼େବ୍ୟୁ ଫିଲ୍ମ ‘ଧଡ଼କ୍’ର ସୁଟିଂ ଶେଷ କରିଛନ୍ତି ଜାହ୍ନବୀ। ଏହି ଫିଲ୍ମରେ ଜାହ୍ନବୀ ଇଶାନ୍ ଖଟ୍ଟରଙ୍କ ଅପୋଜିଟ୍ରେ ନଜର ଆସିବେ ।
ଜାହ୍ନବୀ ‘ଧଡ଼କ୍’ର ସୁଟିଂ ସାରିବାପରେ ଏବେ ସୋନମ୍ଙ୍କ ବାହାଘର ପାଇଁ ଜାଣିଛନ୍ତି କି କ’ଣସବୁ କରୁଛନ୍ତି।

ହଁ ସେଥିରେ ସେ କେଉଁ ଡ୍ରେସ୍ ପିନ୍ଧିବେ,କେଉଁ ଗୀତରେ ଡ଼୍ୟାନ୍ସ କରିବେ ,ତାକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଯୋଜକ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀଙ୍କୁ ଡ଼ିଜାଇନର୍ ଅନିତା ଡ଼ୋଗରୀଙ୍କ ଷ୍ଟୋର୍ ବାହାରେ ଦେଖିବାକୁ ମିଳିଥିଲା। ସେଠାରେ ଜାହ୍ନବୀ ଖୁବ୍ କାଜୁଆଲ୍ ଆଉଟ୍ ଫିଟ୍ରେ ନଜର ଆସିଥିଲେ। ମିଡ଼ିଆକୁ ଦେଖି ଜାହ୍ନବୀ କପୁରଙ୍କ ମୁହଁରେ ହସଦେଖିବାକୁ ମିଳିଥିଳା। ସେହି ଷ୍ଟୋରରେ ସୋନମ୍ଙ୍କ ବାହାଘରରେ ନିଜର ଡ୍ରେସ୍ ସପିଂ କରିବା ଲାଗି ଜାହ୍ନବୀ କପୁର ଯାଇଥିଲେ।ଯଦି ଏହା ସତ ହୁଏ ତେବେ ବାହାଘର ଲାଗି ଖୁବ୍ ଏକସାଇଟେଡ୍ ଅଛନ୍ତି ବୋଲି କୁହାଯିବ ।