ମୁମ୍ବାଇ: ବଲିଉଡର ସାଓ୍ଵରିଆ ଗର୍ଲ ସୋନମ୍‌ କପୁରଙ୍କ ବୟ ଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କୁ ନେଇ ଲୋକଙ୍କ ଭିତରେ ଅନେକ ଉତ୍କଣ୍ଠା । ବିଶେଷ କରି ସୋନମ୍‌ ଏବଂ ଆନନ୍ଦଙ୍କ ପ୍ରେମ କାହାଣୀ ସଂପର୍କରେ ସେମାନେ ଜାଣିବାକୁ ଚାହାଁନ୍ତି। ଏହି ପ୍ରେମୀଯୁଗଳ ବିଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏବେ ଆସନ୍ତୁ ଜାଣିବା ଆନନ୍ଦ ଆହୁଜାଙ୍କ ସହ ବଲିଉଡର ମସକ୍‌କଲି ଗର୍ଲ ସୋନମ୍‌ଙ୍କର ପ୍ରେମ କିଭଳି ହୋଇଥିଲା ।

Advertisment

ସୋନମ୍‌ କପୁରଙ୍କର ଅନେକ ସାଙ୍ଗ ଅଛନ୍ତି । ସେମାନଙ୍କ ଭିତରୁ ବେଷ୍ଟ ଫ୍ରେଣ୍ଡ ହେଲେ ପ୍ରେରଣା କୁରେସି। ପ୍ରେରଣା ଆନନ୍ଦ ଆହୁଜାଙ୍କର ବି ଭଲ ଫ୍ରେଣ୍ଡ। ପ୍ରେରଣା ଙ୍କ ଜରିଆରେ ପ୍ରଥମେ ସୋନମ କପୁରଙ୍କ ସହିତ ଆନନ୍ଦ ଆହୁଜାଙ୍କର ପରିଚୟ ହୋଇଥିଲା । ସେ ଉଭୟଙ୍କର ଭେଟ କରାଇଥିଲେ। ପ୍ରଥମେ ଆନନ୍ଦ ସୋନମଙ୍କୁ ଭଲ ପାଇ ବସିଥିଲେ ବୋଲି କୁହାଯାଏ ।

publive-image photo-navbharattimes

୨୦୧୪ରେ ଆନନ୍ଦ ପ୍ରଥମେ ମସକ୍‌କଲି ଗର୍ଲ ସୋନମ କପୁରଙ୍କୁ ପ୍ରପୋଜ କରିଥିଲେ। ତେବେ ସୋନମ୍‌ ଏହାର ଉତ୍ତର ଦେଇ ନଥିଲେ କାରଣ ତରବରିଆଭାବେ ସେ କିଛି ନିଷ୍ପତ୍ତି ନେବାକୁ ଚାହୁଁ ନଥିଲେ। ‘ହଁ’  ଲାଗି କିଛି ମାସ ସମୟ ନେଇଥିିଲେ ସୋନମ୍‌ କପୁର। ଅବଶ୍ୟ ଶେଷରେ ସୋନମ୍‌ ଆନନ୍ଦଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥିଲେ। ତାପରେ ଏ ଦୁହେଁ ୟୁରୋପ ଟୁରରେ ଯାଇଥିଲେ ଏବଂ ପ୍ରେମ କାହାଣୀ ଜୋର୍‌ ଧରିଲା ।