ମୁମ୍ବାଇ : ସୋନମ୍ କପୁର ବଲିଉଡ୍ରେ ନିଜର ଅଭିନୟ ପାଇଁ ଜଣା ଯାଉଥିବା ବେଳେ ନିଜର ଫ୍ୟାସନ ସେନସକୁ ନେଇ ମଧ୍ୟ ଖୁବ୍ ପରିଚିତ । ଫ୍ୟାସନକୁ ନେଇ ସବୁ ବେଳେ ତତ୍ପର ରହୁଥିବା ସୋନମ ନିଜ ପୋଷାକକୁ ନିଜେ ହିଁ ଡିଜାଇନ୍ କରିଥାନ୍ତି । ଫିଲ୍ମ ଏବଂ ଫ୍ୟାସନକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ସୋନମ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁଇ ମାସ ତଳେ ସେ ଦିଲ୍ଲୀର ନାମୀଦାମୀ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ । ବିବାହ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ବଡ଼ ବଡ଼ କଳାକାର ତାଙ୍କ ବିବାହରେ ସାମିଲ ହୋଇଥିଲେ । ତେବେ ଆନନ୍ଦଙ୍କୁ ସେ ପ୍ରେମ ବିବାହ କରିଥିବା ବେଳେ କ’ଣ ପାଇଁ ସେ ବିବାହ କରିବାକୁ ଇଚ୍ଛା କରିଥିଲେ ସେ ବିଷୟରେ ଖୁଲାସା କରିଛନ୍ତି ।
/sambad/media/post_attachments/wp-content/uploads/2018/07/1515567059_sonam-kapoor-anand-ahuja-300x213.jpg)
ଭୋଗ୍ ଇଣ୍ଡିଆ ପତ୍ରିକା ସହ ସାକ୍ଷାତକାର ଦେଇ ସେ ଏ ବିଷୟରେ ଖୁଲାସା କରିଥିଲେ । ମୁଁ ଫ୍ୟାସନକୁ ଯେତେ ଭଲ ପାଏ ଆଉ କେହି ସେତେ ଭଲ ପାଇ ପାରିବେ ନାହିଁ । ସେଥିପାଇଁ ମୁଁ ଆନନ୍ଦଙ୍କୁ ବିବାହ କରିଛି । କାରଣ ତାଙ୍କ ବ୍ୟବସାୟ ଫ୍ୟାସନ ସହ ଜଡ଼ିତ ବୋଲି ସୋନମ କହିଥିଲେ । ଆନନ୍ଦ ଭନେ ବ୍ରାଣ୍ଡର ସଂସ୍ଥାପକ ବୋଲି ଜଣାପଡ଼ିଛି ।