ମୁମ୍ବାଇ: ପାଖେଇ ଆସିଲାଣି ଅନୀଲ କପୁରଙ୍କ ଲାଡଲୀ ସୋନମଙ୍କ ବାହାଘର। ପ୍ରେମିକ ଆନନ୍ଦ ଆହୁଜାଙ୍କ ସହ ଆଗାମୀ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସୋନମ। ଏବେ ସୋନମଙ୍କୁ ନେଇ ବେଶ୍ ସରଗରମ ହୋଇଛନ୍ତି ଗଣମାଧ୍ୟମ ସଂସ୍ଥା। ତାଙ୍କର ଟିକ୍ ନିକ୍ କଥା ଉପରେ ଏବେ ଲୋକଙ୍କ ନଜର ରହିଛି। କେବଳ ଆଜିର କି କାଲି ର କଥା ନୁହେଁ, ଏପରିକି ସୋନମ ୬ ବର୍ଷ ତଳେ କ’ଣ କହିଥିଲେ ତାହା ବି ଚର୍ଚ୍ଚା ପାଲଟିଛି।
ସୋନମ ଛଅ ବର୍ଷ ତଳେ ଏକ ସାକ୍ଷାତକାରରେ ଯାହା କହିଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ପିତା ଅନୀଲଙ୍କୁ ଅନେକ ଭଲପାଉଥିବା ସତ୍ତ୍ୱେ ସେ ତାଙ୍କ ପରି ଜୀବନସାଥୀ ଚହାନ୍ତି ନାହିଁ ବୋଲି ସ୍ପଷ୍ଟ କହିଥିଲେ। ସବୁ ଝିଅଙ୍କର ସ୍ୱପ୍ନ ଥାଏ ସେ ନିଜ ଜୀବନସାଥୀଙ୍କ ଭିତରେ ବାପାଙ୍କ ଗୁଣ ପାଆନ୍ତୁ। ମାତ୍ର ସୋନମଙ୍କ ଇଚ୍ଛାର ବ୍ୟତିକ୍ରମର କାରଣ ଟିକେ ଅଲଗା।
/sambad/media/post_attachments/wp-content/uploads/2018/05/Sonam-Kapoor-with-Anil-Kapoor-300x188.jpg)
ସୋନମ କହିଥିଲେ କି ତାଙ୍କ ଭିତରେ ନିଜ ବାପାଙ୍କ ଗୁଣ ଭରି କରି ରହିଛି। ତାଙ୍କ ଜୀବନସାଥୀ ଯଦି ତାଙ୍କ ପରି ହୁଅନ୍ତି ତେବେ ଚଳିବା ମୁସ୍କିଲ୍ ହୋଇଯିବ। କାହିଁକି ନା, ଉଭୟ ଅନୀଲ ଓ ସୋନମ ଦୁହେଁ ଖୁବ୍ ପିଲାଳିଆ ସ୍ୱଭାବର। ସେମାନଙ୍କୁ ସମ୍ଭାଳିବା ପାଇଁ ମାଆ ସୁନୀତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼େ। ଏପଟେ ତାଙ୍କ ମାଆ ବି ଚାହୁଁଥିଲେ କି ସୋନଙ୍କୁ ଜଣେ ଚିନ୍ତାଶୀଳ ଯୁବକର ସାଥ୍ ମିଳୁ। ଫଳରେ ତାଙ୍କର ଝିଅର ନଖରାମିକୁ ସେ ସମ୍ଭାଳି ପାରିବେ।
ସୋନମ ଶେଷରେ କହିଥିଲେ କି ‘ମୋ ବାପାଙ୍କୁ ମୁଁ ଖୁବ୍ ଭଲପାଏ। ମୋ ବାପାଙ୍କର ଅନେକ ଗୁଣ ମୋ ଭିତରେ ରହିଥିବାରୁ ସେହି ଗୁଣ ସବୁ ମୋ ଜୀବନସାଥୀ ଭିତରେ ନ ରହିଲେ ଭଲ। ନଚେତ ପରସ୍ପରକୁ ସମ୍ଭାଳିବା ନେଇ ସମସ୍ୟା ସୃଷ୍ଟି ହୋଇପାରେ।’
ଯୋଗକୁ ସୋନମଙ୍କ ଭାବି ସ୍ୱାମୀ ଆନନ୍ଦ ଆହୁଜା ଖୁବ୍ ବୁଝିଲାସୁଝିଲା। ସେ କର୍ମତତ୍ପର ସହ ସୋନମଙ୍କ ନଖରାମିର ଖୁବ୍ ଧ୍ୟାନ ରଖନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/809ef826-4f83-11e8-8287-628684009267-1.jpg)