ଏହି କାରଣରୁ ବାତିଲ ହେଲା ସୋନମ କପୁରଙ୍କ ବେବି ସାୱାର ପାର୍ଟି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଶିଶୁକୁ ଅପେକ୍ଷା କରିଛନ୍ତି। ତେବେ ପ୍ରସବ ପୂର୍ବରୁ ସୋନମ ବେବି ସାୱାର ପାଇଁ ମୁମ୍ବାଇ ଆସିଥିଲେ। ଜୁଲାଇ ୧୭ରେ ସୋନମ ନିଜର ବେବି ସାୱାର କରିବା ପାଇଁ ପାଇଁ ଯୋଜନା କରିଥିବା ବେଳେ ଏବେ ଏହାକୁ ବାତିଲ କରାଯାଇଛି।

ସୋନମ କପୁରଙ୍କ ବେବି ସାୱାର ପାର୍ଟି ତାଙ୍କ ମାଉସୀ କବିତା ସିଂଙ୍କ ଘରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ବାତିଲ କରାଯାଇଛି। ଦୀର୍ଘ ଦିନ ଧରି ସୋନମ କପୁର ଗର୍ଭବତୀ ଥିବା ନେଇ ଚର୍ଚ୍ଚାରେ ଥିଲେ। ପୂର୍ବରୁ ସେ ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କ ପାଇଁ ଲଣ୍ଡନରେ ଏକ ବେବି ସାୱାର ପାର୍ଟିର ଆୟୋଜନ କରିଥିଲେ। ଏହା ପରେ ସୋନମ କପୁରଙ୍କ ପିତା ଅନିଲ କପୁର ଭାରତରେ ଏକ ବେବି ସାୱାର କରିବାକୁ ଯୋଜନା କରିଥିଲେ।

କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ବେବି ସାୱାର ପାର୍ଟିକୁ ବାତିଲ କରାଯାଇଛି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନି ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ କରୋନା ପାଇଁ କପୁର ପରିବାର ସୋନମ କପୁରଙ୍କ ବେବି ସାୱାର ପାର୍ଟିକୁ ବାତିଲ କରିଦେଇଛନ୍ତି। ମୁମ୍ବାଇରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବାର ପାର୍ଟି ବାତିଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୋନମ କପୁର ଚଳିତ ବର୍ଷ ଗର୍ଭବତୀ ଥିବା ଘୋଷଣା କରିଥିଲେ। ସେ ତାଙ୍କ ଫଟୋସୁଟର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଗର୍ଭବତୀ ଥିବା କହିଥିଲେ।

ସମ୍ବନ୍ଧିତ ଖବର