ବିବାହ ପରେ ପ୍ରଥମ ଥର ପାଇଁ ନିଜ ବେଡ଼୍‍ରୁମର ସିକ୍ରେଟ୍‌ କହିଲେ ସୋନମ୍‌, ଏହି କାମ କରିବା ପାଇଁ ଅଧିକ ଭଲ ଲାଗେ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜର ଫ୍ୟାଶନ ସେନ୍ସ ଏବଂ ମନ ଖୋଲା କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି କଥାକୁ ନେଇ ସେ ନିଜର ମତ ରଖିବାକୁ ସେ କେବେ ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ କିଛି ମାସ ତଳେ ସେ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିବା ବେଳେ ଏବେ ସେ ପ୍ରଥମ ଥର ପାଇଁ ନିଜ ବେଡ଼୍‍ ରୁମ୍‌ ସିକ୍ରେଟ୍‌ ବିଷୟରେ କହିଛନ୍ତି । ଯାହାକୁ ନେଇ ଏବେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ସୂଚନା ମୁତାବକ, ସୋନମ କିଛି ଦିନ ତଳେ ଫିଟ୍‌ ଅପ୍‌ ଉଇଥ୍‌ ଷ୍ଟାରସ୍‌ ସୋ’ରେ ଯାଇ ପହଞ୍ଚିଥିଲେ । ଯେଉଁଠି ତାଙ୍କୁ ତାଙ୍କର ବେଡ଼୍‍ରୁମ୍‌ର ସିକ୍ରେଟ୍‌ ବିଷୟରେ ପଚରା ଯାଇଥିଲା । ଯାହାର ଉତ୍ତର ରଖି ସେ କହିଥିଲେ, ଆନନ୍ଦ କିଛି ରୋମାଣ୍ଟିକ କଥା କହିବା ପରେ ମୁଁ ଏକ୍ସାଇଟେଡ଼୍‍ ହୋଇଯାଏ । ମୋତେ ଏକ୍ସାଇଟେଡ଼୍‍ କରିବା ପାଇଁ ଆନନ୍ଦଙ୍କୁ ବେଶି କିଛି କରିବାକୁ ପଡ଼େ ନାହିଁ ବୋଲି ସୋନମ କହିଥିଲେ । ଏହା ସହ ଆନନ୍ଦ ପ୍ରଥମେ ନିଜ ସାଙ୍ଗ ପାଇଁ ସୋନମଙ୍କ ସହ ମିଟିଙ୍ଗ ଫିକ୍ସ କରିଥିଲେ । କିନ୍ତୁ ତାଙ୍କ ସାଙ୍ଗ ଅପେକ୍ଷା ଆନନ୍ଦ ହିଁ ସୋନମଙ୍କ ସହ ଅଧିକ କଥା ହେବାକୁ ଲାଗିଥିଲେ । ଯାହା ପରେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା ବୋଲି ସୋନମ କହିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର