ମାସକ ମଧ୍ୟରେ ଦୁଇ ଥର ହଜିଲା ବ୍ୟାଗ୍‌, ବ୍ରିଟିଶ ଏୟାର୍‌ୱେଜ୍ ଉପରେ କମ୍ପିଲେ ସୋନମ

ମୁମ୍ବାଇ: ଗୋଟିଏ ମାସରେ ଦୁଇ ଥର ନିିଜ ବ୍ୟାଗ୍‌ ହଜାଇବା ପରେ ବ୍ରିଟିଶ ଏୟାର୍‌ୱେଜ୍ ଉପରେ ନିଜ ‌କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତ୍ରୀ ସୋନମ କପୁର୍‌। ସେ ବ୍ରିଟିଶ ଏୟାର୍‌ୱେଜର ସେବାରେ ଅସନ୍ତୋଷ ବ୍ୟକ୍ତ କରି ଟ୍ବିଟର୍‌ରେ ଲେଖିଛନ୍ତି, ‘ଏହି ମାସକ ମଧ୍ୟରେ ତୃତୀୟ ଥର ପାଇଁ ମୁଁ  ବ୍ରିଟିଶ ଏୟାର୍‌ୱେଜରେ ଯାତ୍ରା କଲି। ସେଥିରୁ ଦୁଇ ଥର ମୋ ବ୍ୟାଗ୍‌ ମୁଁ ହରାଇ ସାରିଲିଣି। ମୋତେ ଲାଗୁଛି ଯେ ଯେ ମୁଁ ଉଚିତ ଶିକ୍ଷା ପାଇଗଲି। ଆଉ କେବେ ବି ବ୍ରିଟିଶ ଏୟାର୍‌ୱେଜରେ ଯାତ୍ରା କରିବି ନାହିିଁ।’

ସୋନମଙ୍କ ଟ୍ବିଟ୍‌ର ଜବାବରେ ବ୍ରିଟିଶ ଏୟାର୍‌ୱେଜ୍ ପକ୍ଷରୁ ଟ୍ବିଟ୍‌ କରାଯାଇଛି କି ‘ସୋନମ, ଆପଣଙ୍କ ବ୍ୟାଗ୍‌ ମିଳିବାରେ ବିଳମ୍ବ ହୋଇଥିବାରୁ ଆମେ ଖୁବ୍ ଦୁଃଖିତ। ବିମାନ ଉଡ଼ାଣ ଭରିବା ପୂର୍ବରୁ ବିମାନବନ୍ଦରରେ ଆପଣଙ୍କୁ ଟ୍ରାକିଂ ରେଫରେନ୍ସ ଦିଆଯାଇଥିଲା କି?’

ତାହାର ଉତ୍ତରରେ ସୋନମ ଲେଖିଛନ୍ତି, ‘ହଁ, ସବୁ କିିଛି ହୋଇଥିଲା। ମାତ୍ର ଏହା ଏକ ବଡ଼ ଅସୁବିଧା। ଆପଣମାନଙ୍କୁ ସତର୍କ ହେବାର ଆବଶ୍ୟକତା ଅଛି। ଆପଣଙ୍କ ସେବା ଅତ୍ୟନ୍ତ ଖରାପ। ପରିଚାଳନା ବି ଠିକ୍‌ ନାହିଁ।’ ସୋନମଙ୍କ ଟ୍ବିଟ୍‌ ପରେ ଏୟାର୍‌‌ୱେଜ ପକ୍ଷରୁ ତାଙ୍କୁ ଖୁବ୍‌ ଶୀଘ୍ର ତାଙ୍କ ବ୍ୟାଗ୍‌ ଦିଆଯିବ ବୋଲି କୁହାଯାଇଛି।

ସୋନମ କପୁର ଏପରି ଟ୍ବିଟ୍‌ କରିବା ପରେ ଆହୁରି ଅନେକ ଟ୍ବିଟର୍‌ ବ୍ୟବହାରକାରୀ ବ୍ରିଟିଶ ଏୟାର୍‌ୱେଜର ସେବା ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକଙ୍କ ବ୍ୟାଗ୍‌ ଏହି ଏୟାର୍‌ୱେଜରେ ହଜିଥିବା କଥା ବ୍ୟବହାରକାରୀମାନେ ପ୍ରକାଶ କରିଛନ୍ତି।

ସୋନମଙ୍କ ଟ୍ବିଟ୍‌ ପରେ ‘ହାଉସ୍‌ଫୁଲ୍‌-୪’ ଅଭନେତ୍ରୀ ପୂଜା ହେଗ୍‌ଡେ ଲେଖିଛନ୍ତି, ‘ହଁ, ଗତ ମାସ ସେମାନେ ମୋ ବ୍ୟାଗ୍‌ ବି ହଜାଇ ଦେଇଥିଲେ। ପରେ ମୋ ବ୍ୟାଗ୍‌ ମୋ ପାଖକୁ କୋରିୟର୍‌ କରିଥିଲେ। ଏହା ସେମାନଙ୍କ ପାଇଁ ଏକ ନିତିଦିନିଆ କଥା ହୋଇଗଲାଣି।

ସମ୍ବନ୍ଧିତ ଖବର