ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର କିଛି ନା କିଛି କାରଣକୁ ନେଇ ସଦା ଚର୍ଚ୍ଚ‌ାରେ ରହିଥାନ୍ତି। ନିକଟ‌ରେ ମାଆ ବନିଥିବା ସୋନମ ଖୁବ୍ କମ୍‌ ବ୍ୟବଧାନରେ ନିଜ କାମକୁ ଫେରିଥିବା କାରଣରୁ ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ପୁଅ ବାୟୁ ଜନ୍ମ ନେବାର ମାତ୍ର ୨ ମାସ ମଧ୍ୟରେ ସୋନମ ନିଜକୁ ପୁଣି ଥରେ ଫିଟ୍‌ କରି ସଭିଙ୍କୁ ଚକିତ କରି ଦେଇଛନ୍ତି।

Advertisment

ନିକଟରେ ସୋନମ କପୁରଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଭିଡିଓଟିକୁ ଦେଖିବା ପରେ ସମସ୍ତେ ଏବେ ଅଭିନେତ୍ରୀ ସୋନମଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି।

ଭିଡିଓରେ ସୋନମ ମେକ୍‌-ଅପ୍‌ ନେଉଥିବାର ନଜର ଆସିଛନ୍ତି। ଖାଲି ସେତିକି ନୁହେଁ, ସୋନମ ମେକ୍‌-ଅପ୍‌ ନେବା ସଙ୍ଗେ ସଙ୍ଗେ ତାଙ୍କ କଅଁଳ ଶିଶୁ ବାୟୁକୁ ସ୍ତନ୍ୟପାନ କରାଉଥିବାର ଭିଡିଓରେ ଦେଖିବାକୁ ମିଳିଛି।

ଯଦିଓ ଗର୍ଭବତୀ ହେବା କାରଣରୁ ସୋନମ ମାତ୍ର ଅଳ୍ପ କିଛି ମାସ ପାଇଁ ସୁଟିଂରୁ ନିଜକୁ ଦୂରେଇ ରଖିଥିଲେ। ହେଲେ ସୋସିଆଲ୍‌ ମିଡିଆରେ ତାଙ୍କର ଫ୍ୟାନ୍‌, ଫଲୋଇଙ୍ଗ କେକେ ବି କମି ନଥିଲେ। ସେହି ପ୍ରଶଂସକମାନଙ୍କ ପାଇଁ ସୋନମ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ନା କିଛି ସେୟାର୍‌ କରିଥାନ୍ତି ମଝିରେ ମଝିରେ।

ମାଆ ବନିବା ପରେ ତାଙ୍କ ଜୀବନ ଖୁବ୍‌ ବଦଳି ଯାଇଛି। ତଥାପି ବି ସେ ନିଜ ପ୍ରଶଂସକମାନଙ୍କ ପାଇଁ ସମୟ କାଢ଼ିବାକୁ ଭୁଲି ନାହାନ୍ତି। ସୋନମ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓଟି ‘କରୱା ଚୌଥ୍‌’ ଦିନର। ଭିଡିଓରେ ସୋନମ ତାଙ୍କ ପୁଅକୁ ସ୍ତନ୍ୟପାନ କରାଉଥିବାର ଦେଖି ପ୍ରସଂଶକ ଖୁବ୍ ପସନ୍ଦ କରିଛନ୍ତି।