ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କୁ ‘ନିର୍ବୋଧ’ ବୋଲି କହିଲେ ସୋନମ କପୁର୍‌

ନୂଆଦିଲ୍ଲୀ : ସବୁବେଳେ ନିଜର ସ୍ପଷ୍ଟ ଏବଂ ନିରପକ୍ଷ ମତ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସୋନମ କପୁର ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍‌ଡ଼ ଟ୍ରମ୍ପକୁ ସମାଲୋଚନା କରି ସେ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଟ୍ଵିଟର ଆକାଉଣ୍ଟରେ ସେ ଡ଼ୋନାଲ୍‌ଡ଼ ଟ୍ରମ୍ପଙ୍କୁ ସେ ନିର୍ବୋଧ ବୋଲି କହିଛନ୍ତି ।
ସୂଚନା ମୁତାବକ, ସେ ଏହି ମନ୍ତବ୍ୟ ଜଣେ ଅମେରିକାନ ଟିଭି ହୋଷ୍ଟ ଏବଂ କମେଡ଼ିଆନ ଏଲେନ୍‌ ଡ଼ିଜେନେରେସଙ୍କ ଟ୍ଵିଟ୍‌ର ଉତ୍ତର ଦେଇ ଲେଖିଥିବା ଜଣା ପଡ଼ିଛି । ଏଲେନ୍‌ ଟ୍ରମ୍ପ କରିଥିବା ନିୟମକୁ ଆକ୍ଷପ କରି ଏକ ଟ୍ଵିଟ କରିଥିଲେ । ଯେଉଁଥିରେ ରାଷ୍ଟ୍ରପତି ହାତୀମାନଙ୍କର ଶିକାର କରିବାକୁ ଅନୁମତି ଦେଇଥିବା ଆଦେଶକୁ ସେ ସମାଲୋଚନା କରିବା ସହ ତାହାକୁ ବନ୍ଦ କରିବା ପାଇଁ ଏହି ପୋଷ୍ଟକୁ ସେୟାର କରନ୍ତୁ ବୋଲି ଲେଖି ଟ୍ଵିଟ୍‌ କରିଥିଲେ ।

ଏହି ପୋଷ୍ଟ ପଢ଼ିବା ପରେ ଭାରତରେ ଆଜି ପର୍ଯ୍ୟନ୍ତ ଏଭଳି କୌଣସି ନିୟମ ତିଆରି ହୋଇ ନାହିଁ । ଟ୍ରମ୍ପ ଏପରି କରି ନିର୍ବୋଧ କାମ କରିଛନ୍ତି ବୋଲି ସୋନମ ଲେଖିବା ସହ ଏଲେନ୍‌ଙ୍କ ପୋଷ୍ଟକୁ ସେୟାର କରିଥିଲେ ।

ତେବେ ଟ୍ରମ୍ପଙ୍କୁ ସମାଲୋଚନା କରିବା ସୋନମଙ୍କ ପାଇଁ ପ୍ରଥମ ନୁହେଁ । ଏହା ପୂର୍ବରୁ ହଲିଉଡ଼ କଳାକାରଙ୍କୁ ଟ୍ରମ୍ପ ଅତିରଞ୍ଜିତ କଳାକାର କହିଥିବାରୁ ସୋନମ ଟ୍ରମ୍ପ ଜୋକର ବୋଲି କହି ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର