ଛୋଟବେଳେ ଏହି କାରଣରୁ ନିଜ ବାପାଙ୍କ ଫିଲ୍ମ ଦେଖୁ ନଥିଲେ ସୋନମ

ମୁମ୍ବାଇ : ସେପ୍ଟେମ୍ବର ୨୦ରେ ରିଲିଜ୍‌ ହେବାକୁ ଯାଉଛି ଅଭିନେତ୍ରୀ ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ । ଏହି ଫିଲ୍ମରେ ସୋନମ କପୁର ସାଉଥ୍‌ ସୁପରଷ୍ଟାର ଦୁଲକର ସଲମାନଙ୍କ ସହ ନଜର ଆସୁଛନ୍ତି । ତେବେ ଫିଲ୍ମର ରିଲିଜ୍‌ ଡେଟ୍‌ ପାଖେଇ ଆସୁଥିବା ବେଳେ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ସୋନମ ଓ ସଲମାନ । ଫିଲ୍ମର ପ୍ରମୋସନ ପାଇଁ ଦୁହେଁ ‘ଦ କପିଲ ଶର୍ମା’ ସୋ’ରେ ପହଞ୍ଚିଥିବା ବେଳେ ସୋନମ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି ।

Related image
easterneye.biz

ଛୋଟବେଳେ ସେ ବାପା ଅନୀଲ କପୁରଙ୍କ ଫିଲ୍ମ ଦେଖୁ ନଥିଲେ ବୋଲି କହିଥିଲେ । ଏହାର କାରଣ ଜଣାଇ, ମୁଁ ଛୋଟ ଥିବା ବେଳେ ବାପା ମୋତେ କେବେ ହେଲେ ବି ଫିଲ୍ମର ସୁଟିଂ ସେଟ୍‌କୁ ନେଇ ଯାଉ ନଥିଲେ । କାରଣ ମୁଁ ଫିଲ୍ମର ସୁଟିଂ ବିଷୟରେ କିଛି ଜାଣି ନଥିଲି । ସୁଟିଂ ସମୟରେ ବାପାଙ୍କୁ ମାଡ଼ ମରାଯାଉଥିବା ବେଳେ ମୁଁ କାନ୍ଦିବା ଆରମ୍ଭ କରି ଦେଉଥିଲି । ଯାହା ପାଇଁ ମୋତେ ବାପା ନେଉ ନଥିଲେ । ଏମିତି କି ମୁଁ ତାଙ୍କ ଫିଲ୍ମ ମଧ୍ୟ ଦେଖୁ ନଥିଲି ।

ସମ୍ବନ୍ଧିତ ଖବର