୧୦ ବର୍ଷ ପରେ ଏକ୍ସ ବୟଫ୍ରେଣ୍ଡ୍‌ ରଣବୀରଙ୍କ ସହିତ ନଜର ଆସିବେ ସୋନମ୍‌

ମୁମ୍ବାଇ: ମେ ୩୦ରେ ଅଭିନେତା ରଣବୀର କପୁର୍‌ଙ୍କ ଅଭିନୀତ ଫିଲ୍ମ ‘ସଂଜୁ’ର ଟ୍ରେଲର୍‌ ରିଲିଜ୍‌ ହେଉଛି। ଏହାସହିତ ନିର୍ଦ୍ଦେଶକ ରାଜ୍‌କୁମାର ହିରାନୀ ମଧ୍ୟ ଫିଲ୍ମ‘ସଂଜୁ’ର ଏକ ନୂଆ ଫଟୋ ସେୟାର୍‌ କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ସୋନମ୍‌ କପୁର୍‌ ବି ନଜର ଆସୁଛନ୍ତି। ତେବେ ସେ ଏହାର ପୋଷ୍ଟର୍‌ ସେୟାର୍‌ କରିବା ସହିତ ଟ୍ଵିଟ୍‌ କରିଛନ୍ତି, ଏ ଷ୍ଟିଲ୍‌ ଫ୍ରମ୍‌ ସଂଜୁସ୍‌ କ୍ରେଜି ରୋମାଣ୍ଟିକ୍‌ ଲଭ୍‌ ଲାଇଫ୍‌।

ସୂଚନା ଅନୁଯାୟୀ ଏହି ପୋଷ୍ଟର୍‌ରେ ଅଭିନେତା ରଣବୀର୍‌ ୧୯୮୧ରେ ଅଭିନେତା ସଂଜୟ ଦତ୍ତଙ୍କ ଡ଼େବ୍ୟୁ ଫିଲ୍ମ ‘ରକି’ ଲୁକ୍‌ରେ ନଜର ଆସୁଥିବାବେଳେ ଏଥିରେ ତାଙ୍କର ନାୟିକା ଥିବା ଟିନାଙ୍କ ଭୂମିକାରେ ଅଭିନେତ୍ରୀ ସୋନମ୍‌ କପୁର୍‌ ଅଭିନୟ କରିଛନ୍ତି । ଏହି ଫଟୋ ଜରିଆରେ ସଂଜୟ ଏବଂ ଟିନା ଅମ୍ବାନିଙ୍କ ଜବରଦସ୍ତ କେମେଷ୍ଟ୍ରି ମଧ୍ୟ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେବେ ଆପଣଙ୍କ ସୂଚନା ଲାଗି ଜଣାଉଅଛୁ କି ବର୍ଷ ୨୦୦୭ରେ ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ନିର୍ମିତ ସିନେମା ‘ସାଓ୍ଵରିଆ’ରେ ବଲିଉଡ୍‍ର ହାର୍ଟଥ୍ରୋବ୍‌ ରଣବୀର୍‌ ଓ ଅନୀଲ୍‌ ତନୟା ସୁନ୍ଦରୀ ସୋନମ୍‌ କପୁର୍‌ ଏକାସାଥିରେ ବଲିଉଡ୍‍ ଡ଼େବ୍ୟୁ କରିଥିଲେ। ହେଲେ ଏହାକୁ ଆଶାନୁରୂପ ବ୍ୟବସାୟିକ ସଫଳତା ମିଳିନଥିଲେ ବି ସୁଟିଂ ଜରିଆରେ ରଣବୀର୍‌-ସୋନମ୍‌ଙ୍କ ପ୍ରେମସଂପର୍କର ଆରମ୍ଭ ହୋଇଥିଲା ବୋଲି ଚର୍ଚ୍ଚା ହୁଏ।

deccanchronicle.com

ଏହାପରେ ରଣବୀର୍‌-ସୋନମ୍‌ଙ୍କର ଗାଟିଏ ବର୍ଷର ଡ଼େଟିଂ ପରେ ଦୀପିକାଙ୍କର ରଣବୀର୍‌ଙ୍କ ଜୀବନକୁ ଆଗମନ ଯୋଗୁଁ ଏହି ଯୋଡ଼ି ପରସ୍ପରଠୁ ଅଲଗା ହୋଇଯାଇଥିଲେ।ହେଲେ ଏବେ ଅଭିନେତ୍ରୀ ସୋନମ୍‌ ଦଶ ବର୍ଷର ସେହି ପୁରୁଣା କଥାକୁ ଭୁଲି ପୁଣିଥରେ ତାଙ୍କର ଏକ୍ସ ବୟଫ୍ରେଣ୍ଡ୍‌ ରଣବୀର୍‌ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି।

ସମ୍ବନ୍ଧିତ ଖବର