‘ଧଡ଼କ’ ଫିଲ୍ମ ଦେଖିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ସୋନମ ଏବଂ ଅନୀଲ କପୁର

ମୁମ୍ବାଇ: ଆସନ୍ତା ଜୁଲାଇ ୨୦ରେ ରିଳିଜ ହେବାକୁ ଯାଉଛି ଫିଲ୍ମ ‘ଧଡ଼କ’ । ଏଥିରେ ମୁଖ୍ୟ ଭୂମିକାରେ ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟର ନଜର ଆସୁଥିବା ବେଳେ ଏହାର ଗୀତ ଏବେ ସମସ୍ତଙ୍କ ମନକୁ ଛୁଇଁଛି । ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଏବେ ସମସ୍ତଙ୍କ ମନରେ ଫିଲ୍ମକୁ ନେଇ ଉତ୍ସୁକତା ବଢ଼ିବାରେ ଲାଗିଛି । ଫିଲ୍ମଟି ତାମିଲ ଫିଲ୍ମ ‘ସୌରାତ୍‌’ର ରିମେକ୍‌ ହୋଇଥିବା ବେଳେ ନିର୍ଦ୍ଦେଶକ ଏହାକୁ କେତେ ଭଲ ଭାବରେ ଚିତ୍ରଣ କରିଛନ୍ତି ତାହା ଦେଖିବା ପାଇଁ ଦର୍ଶକମାନେ ଅନାଇ ବସିଛନ୍ତି ।

ତେବେ ଫିଲ୍ମର ରିଲିଜ ପୂର୍ବରୁ ଗତକାଲି ଫିଲ୍ମର ସ୍କ୍ରିନିଙ୍ଗ ରଖା ଯାଇଥିଲା । ଯେଉଁଥିରେ ପୂରା କପୁର ଖାନ୍‌ଦାନ ସାମିଲ ହୋଇଥିଲେ । କିନ୍ତୁ ଅର୍ଜୁନ ଏବଂ ଅଂଶୁଲା ସହର ବାହାରେ ଥିବାରୁ ସେମାନେ ଏହି ସ୍କ୍ରିନିଙ୍ଗରେ ଯୋଗ ଦେଇ ପାରି ନଥିଲେ । ଫିଲ୍ମ ଦେଖିବା ପରେ ଅଭିନେତ୍ରୀ ସୋନମ କପୁର ଏବଂ ଅଭିନେତା ଅନୀଲ କପୁର ନିଜର ଟ୍ଵିଟର ଅକାଉଣ୍ଟକୁ ନିଜର ମତ ରଖିଥିଲେ । “ତୁମର ଆରମ୍ଭ ବହୁତ ଭଲ । ଜାହ୍ନବୀ ମୁଁ ତୁମ ଉପରେ ବହୁତ ଗର୍ବିତ । ଇଶାନ ତୁମେ ଶାନଦାର ଅଭିନୟ କରିଛ । ଏ ସବୁ ର ଶ୍ରେୟ ମୁଁ ଶାଶାଙ୍କୁ ଦେବାକୁ ଚାହିଁବି । ଯିଏ ତୁମ ଦୁହିଁଙ୍କୁ ନେଇ ଏ ମ୍ୟାଜିକ୍‌ କରି ପାରିଛନ୍ତି’ ବୋଲି ସୋନମ ଲେଖିଥିଲେ ।

ଅନ୍ୟ ପକ୍ଷରେ,”କାଲି ରାତିରେ ‘ଧଡ଼କ’ଫିଲ୍ମ ଦେଖିଲି । । ଦେଖିବା ପରେ ଇଶାନ ଏବଂ ଜାହ୍ନବୀ ଷ୍ଟାର ହୋଇ ସାରିଛନ୍ତି ବୋଲି ମୁଁ କହିବି । ସେମାନଙ୍କ ଭଲ ପାଇବା ଏବଂ ଅଭିନୟ ଆପଣଙ୍କ ମନ କିଣିବ ନିଶ୍ଚୟ” ବୋଲି ଲେଖି ପୋଷ୍ଟ କରିଥିଲେ ଅନୀଲ କପୁର ।

ସମ୍ବନ୍ଧିତ ଖବର