ଜାକ୍‌ଲିନ୍‌ଙ୍କୁ ନେଇ ସୋନମଙ୍କ ଖୁଲାସା: ଟିଣ୍ଡର ଆପ୍‌ରେ ଜାକ୍‌ଲିନ୍‌ ଏଭଳି ପୁଅମାନଙ୍କୁ ଡ଼େଟ୍‌ କରିବାକୁ ପସନ୍ଦ କରିବେ

ମୁମ୍ବାଇ: କିଛି ଦିନ ତଳେ ଏକ ସାକ୍ଷାତକାରରେ ଯୋଗ ଦେବା ଅବସରରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରାଜ ଖୋଲିଥିଲେ ଅଭିନେତ୍ରୀ ସୋନମ୍‌ । ସୋ’ରେ ସେ ନିଜର ବିବାହ ଏବଂ ଶୋଇବା ଘରର ଅନେକ ରାଜ୍‌ ଖୋଲିଥିବା ବେଳେ ନିଜର ଭଲ ବନ୍ଧୁ ଜାକ୍‌ଲିନ୍‌ଙ୍କୁ ନେଇ ମଧ୍ୟ ସେ ଅନେକ କଥା ସେୟାର କରିଥିଲେ । ଜାକ୍‌ଲିନ୍‌ଙ୍କୁ କିପରି ପୁଅ ପସନ୍ଦ ସେ ନେଇ ଖୁଲାସା କରିଥିଲେ ସୋନମ କପୁର ।

The Express Tribune

ସୋନମ ଜାକ୍‌ଲିନ୍‌ଙ୍କୁ ଟିଣ୍ଡର ଆପ୍‌ ବ୍ୟବହାର କରିବା ପାଇଁ ଉପଦେଶ ଦେବା ପରେ ସୋ’ର ହୋଷ୍ଟ ଜାକ୍‌ଲିନ୍‌ କେଉଁ ପୁଅମାନଙ୍କୁ ଡ଼େଟ୍‌ କରିବା ପାଇଁ ପସନ୍ଦ କରିବେ ବୋଲି ପଚାରିଥିଲେ । ଏହାର ଉତ୍ତର ରଖି, ଯେଉଁ ପୁଅମାନେ କ୍ରିଏଟିଭ୍‌ ଏବଂ ନ୍ୟାଚୁରାଲ ଫଟୋ ପୋଷ୍ଟ କରୁଥିବା ପୁଅମାନଙ୍କୁ ପସନ୍ଦ କରିବେ । ଜିମ୍‌ରେ ଓ୍ଵାର୍କ ଆଉଟ୍‌ ଫଟୋ ବା ବିନା ସର୍ଟ ଫଟୋ ଅପ୍‌ଲୋଡ଼ କରୁଥିବା ପୁଅମାନଙ୍କୁ ସେ ଜମା ବି ପସନ୍ଦ କରିବେ ନାହିଁ ବୋଲି ସୋନମ କହିଥିଲେ ।

ସମ୍ବନ୍ଧିତ ଖବର