ମୁମ୍ବାଇ: ମା’ ବନିଲେ ବଲିଉଡ ଅଭିନେତ୍ରୀ ସୋନମ କପୁର। ୨୦୧୮ରେ ଦିଲ୍ଲୀର ନାମୀଦାମୀ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିବା ସୋନମ ଏବେ ଏକ ଶିଶୁପୁତ୍ରର ମା’ ବନିଛନ୍ତି। ନିଜ ଇନଷ୍ଟାଗ୍ରାମରେ ଏହି ଖବର ବିଷୟରେ ଜଣାଇ ପୋଷ୍ଟ ସେୟାର କରିଛନ୍ତି ଅଭିନେତ୍ରୀ ସୋନମ କପୁର। ସେ ପ୍ରଥମେ ଏହି ଖୁସି ଖବର ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।

Advertisment

ସେ ଇନଷ୍ଟାରେ ଏହି ଖୁସି ଖବର ସେୟାର କରିବା ସହ ଲେଖିଛନ୍ତି ଯ, ଆମେ ଅଗଷ୍ଟ ୨୦, ୨୦୨୨ରେ ଏକ ସୁନ୍ଦର ଶିଶୁପୁତ୍ରକୁ ସ୍ୱାଗତ କରିଛୁ। ଏହି ଯାତ୍ରାରେ ଆମକୁ ସମର୍ଥନ କରିଥିବାରୁ ଡାକ୍ତର, ବନ୍ଧୁ, ନର୍ସ ଏବଂ ପରିବାରକୁ ଅନେକ ଅନେକ ଧନ୍ୟବାଦ। ଏହା କେବଳ ଆରମ୍ଭ, କିନ୍ତୁ ଆମେ ଜାଣୁ ଯେ ଆମ ଜୀବନ ସବୁଦିନ ପାଇଁ ବଦଳି ଯାଇଛି। ସୋନମ ଏବଂ ଆନନ୍ଦ।

ଏହି ପୋଷ୍ଟକୁ ସେୟାର କରି ଅଭିନେତ୍ରୀ ନୀତୁ କପୁର ସୋନମଙ୍କ ବାପା ତଥ ଅଭିନେତ‌ା ଅନୀଲ କପୁର ଏବଂ ଅଭିନେତ୍ରୀ ସୁନୀତା କପୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଛୋଟ ଅତିଥିଙ୍କ ଆଗମନକୁ ନେଇ ଅନୀଲ କପୁର ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।

ତେବେ ମାର୍ଚ୍ଚ ମାସରେ ସୋନମ କପୁର ଇନଷ୍ଟାଗ୍ରାମକୁ ଯାଇ ନିଜ ‘ବେବି ବମ୍ପ’ର ଫଟୋ ସେୟାର କରିଥଇଲେ। ତାଙ୍କ ମାତୃତ୍ୱ ଫଟୋସୁଟରେ, ସେ ଆନନ୍ଦ ଅହୁଜାଙ୍କ ସହିତ ପୋଜ୍ ଦେଇଥିବା ଦେଖିବାକୁ ମିଳିଥିଲା। ଫଟୋ ସେୟାର କରି ସେ, ତୁମକୁ ସ୍ବାଗତ କରିବା ପାଇଁ ଆମେ ଅପେକ୍ଷା କରି ରହିଛୁ ବୋଲି ଲେଖିଥିଲେ।