ପତ୍ନୀଙ୍କର ଏହି ପ୍ରିୟ ଜିନିଷକୁ ଶୋଇବା ଘରେ ପୂରାଇ ଦିଅନ୍ତିନି ଆନନ୍ଦ, ଅସନ୍ତୋଷ ପ୍ରକାଶ କଲେ ସୋନମ

ମୁମ୍ବାଇ: ଗତ କିଛି ଦିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୋନମ କପୁର ଓ ଆନନ୍ଦ ଆହୁଜା। ଏହି ଲର୍ଭବାର୍ଡ ଏବେ ପାଲଟିଛନ୍ତି ଜାତୀୟ ଖବର। ସେମାନଙ୍କ ମେହନ୍ଦେୀ, ହଳଦୀ, ସଂଗୀତ, ବିବାହରୁ ଆରମ୍ଭ କରି ଟିକ୍‌ନିକ୍‌ କଥା ଉପରେ ରହିଛି ଲୋକଙ୍କ ନଜର। ସୋନମ ଓ ଆନନ୍ଦଙ୍କୁ ନେଇ ପ୍ରକାଶ ପାଉଥିବା ଯେକୌଣସି ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ରହିଛି।

ଏବେ ନିକଟରେ ଏକ ମଜାଦାରିଆ ତଥ୍ୟ ହସ୍ତଗତ ହୋଇଛି। ସୋନମ ନିକଟରେ ଏକ ସାକ୍ଷାତ୍‌କାରରେ ତାଙ୍କର ବୈବାହିକ ଜୀବନ ସଂପର୍କରେ କହିବାକୁ ଯାଇ ସ୍ୱାମୀ ଅନନ୍ଦଙ୍କ ଉପରେ ସମାନ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆପଣ ଏକଥା ନିଶ୍ଚୟ ଜାଣିଥିବେ ଅଭିନେତ୍ରୀ ସୋନମ ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ। ସୋସିଆଲ୍‌ ମିଡିଆରେ ସକ୍ରିୟ ରହୁଥିବା ବ୍ୟକ୍ତିଙ୍କ ଫୋନ୍‌ରୁ ଚାର୍ଜ ବି ତ ସେହିପରି ହ୍ରାସ ପାଇଥାଏ। ଫଳରେ ସୋନମଙ୍କୁ ତାଙ୍କ ଫୋନ୍‌ ବାରମ୍ବାର ଚାର୍ଜରେ ଲଗାଇବାକୁ ପଡ଼ିଥାଏ।

ମାତ୍ର ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୋନମଙ୍କ ସ୍ୱାମୀ ଆନନ୍ଦ ଶୋଇବା ସମୟରେ ସୋନମଙ୍କ ଫୋନକୁ ତାଙ୍କ ଶୋଇବା ଘରକୁ ଆଣିବାକୁ ଦିଅନ୍ତି ନାହିଁ। ଫୋନ୍‌ରୁ ବାହାରୁଥିବା ଏଲ୍‌ଇଡି ଲାଇଟ୍‌ ମସ୍ତିଷ୍କକୁ ପ୍ରଭାବିତ କରିଥାଏ ବୋଲି ଆନନ୍ଦ ଏପରି କରିଥାନ୍ତି। ଫଳରେ ସୋନମଙ୍କୁ ତାଙ୍କ ଫୋନ୍‌କୁ ଗାଧୁଆଘର କିମ୍ବା ହଲ୍‌ରେ ଚାର୍ଜ ବସାଇବାକୁ ପଡୁଛି।

ଉଲ୍ଲେଖଯୋଗ୍ୟ, ନିକଟରେ ମେ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସୋନମ କପୁର୍‌। ସିଖ୍‌ ସଂସ୍କୃତି ଅନୁଯାୟୀ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିବାହ ଉତ୍ସବ ଅବସରରେ ସୋନମ ମୁମ୍ବାଇର ଏକ ପଞ୍ଚତାରିକା ହୋଟେଲ୍‌ରେ ଭୋଜି ଆୟୋଜନ କରିଥିଲେ। ପାର୍ଟିରେ ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର