ଶାରୀରିକ ସଂପର୍କ ପୂର୍ବରୁ ପାର୍ଟନରଙ୍କଠୁ ଏହା ଆଶା କରନ୍ତି ସୋନମ୍‌ କପୁର

ମୁମ୍ବାଇ: ବଲିଉଡ଼୍‍ର ସାଓ୍ଵରିୟା ଗର୍ଲ ସୋନମ୍‌ କପୁର ଆଜି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ସେ ଆଜି ଆନନ୍ଦ ଆହୁଜାଙ୍କର ପତ୍ନୀ ହେଉଛନ୍ତି। ସମସ୍ତେ ବିବାହ ପରେ ଶାରୀରିକ ସଂପର୍କ ଯୋଡିଥାନ୍ତି। ଏବିଷୟରେ ସୋନମଙ୍କ ମତ କ’ଣ ତାହା ଜାଣିବାକୁ ଚାହାଁନ୍ତି କି !
ସୋନମ କପୁର ଏବେ ନୁହେଁ ବରଂ ପ୍ରାୟ ଛଅ ବର୍ଷ ତଳୁ ଶାରୀରିକ ସଂପର୍କ ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ରଖିଥିଲେ। ସୋନମ କପୁର କହିଥିଲେ ଯେ, ସେ କେବଳ ସେହି ବ୍ୟକ୍ତିଙ୍କ ସହିତ ଶାରୀରିକ ସଂପର୍କ ରଖିବେ ,ଯାହାକୁ ସେ ପ୍ରେମ କରିବେ।
ବଲିଉଡ଼୍‍ର ପପୁଲାର୍‌ ହିରୋଇନ୍‌ ସୋନମ କପୁରଙ୍କ ମତରେ ସେକ୍ସ ମନୁଷ୍ୟ ପାଇଁ ବହୁତ ଜରୁରୀ।ଏହାକୁ ନେଇ ବିଶେଷ କରି ଯୁବତୀମାନଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ରହିଥାଏ। କାରଣ ଏହି ସମୟରେ କିଛି ଭୁଲ୍‌ ହୋଇଗଲେ ଦୋଷ ଦିଆଯାଏ ଯୁବତୀକୁ।
ସୋନମ୍‌ କପୁର କହିଥିଲେ ଯେ,ଯେତେବେଳେ ସେ ଟିନ୍‌ଏଜ୍‌ରେ ଥିଲେ,ସେତେବେଳେ ଶାରୀରିକ ସଂପର୍କ ରଖିବା ତାଙ୍କତାଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ କାହାରି ସହିତ ଶାରୀରିକ ଭାବେ ଜଡ଼ିତ ହେବା ପୂର୍ବରୁ ପାର୍ଟନରର ଆଖିରେ ତାଙ୍କ ପାଇଁ ଭଲ ପାଇବା ଦେଖିବାକୁ ସେ ଚାହୁଁଥିଲେ ବୋଲି କହିଥିଲେ।

ସୋନମ୍‌ କପୁରଙ୍କ ମତରେ ଏହି ସଂପର୍କରେ ଯୁବତୀମାନେ ଖୋଲାଖୋଲି କଥା ହେବା ଦରକାର।ଏଥିପାଇଁ ସେକ୍ସ ଏଜୁକେସନ୍‌ ବି ଆବଶ୍ୟକ ।

ସମ୍ବନ୍ଧିତ ଖବର