ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁର ମା’ ହେବାକୁ ଯାଉଛନ୍ତି। ବିବାହର ଚାରି ବର୍ଷ ପରେ ସୋନମ୍ ଏହି ଖୁସି ଖବରକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ଏଭଳି ସମୟରେ ସେ ତାଙ୍କ ପ୍ରଶଂସକଙ୍କ ସହ ନିଜର ମା’ ହେବା ଯାତ୍ରାର ଅନୁଭୂତି ସେୟାର କରିଛନ୍ତି।
ସୋନମ କହିଛନ୍ତି, ‘ ମା’ ହେବାରେ ବହୁତ ଖୁସି ରହିଛି। ଏହାକୁ ଶବ୍ଦରେ କହି ହେବ ନାହିଁ। କିନ୍ତୁ ଗର୍ଭଧାରଣର ପ୍ରାରମ୍ଭିକ ସମୟ ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ଅର୍ଥାତ ଗର୍ଭଧାରଣର ପ୍ରଥମ ୩ ମାସ । ଏହି ତିନିମାସ ମୁଁ ବହୁତ କଷ୍ଟରେ କାଟିଛି। ସମସ୍ତେ ଗର୍ଭଧାରଣ ବିଷୟରେ କେବଳ ଭଲ କଥା କୁହନ୍ତି, କିନ୍ତୁ ଏହା କେତେ କଷ୍ଟସାଧ୍ୟ ତାହା ଆପଣଙ୍କୁ କେହି କୁହନ୍ତି ନାହିଁ। ଯଦି ଆପଣ ନିଜ ଭିତରେ ଆଉ ଏକ ଜୀବନ ଆଣିବାକୁ ଚାହାଁନ୍ତି, ତେବେ ନିଜକୁ ପ୍ରଥମେ ସମ୍ମାନ କରିବାକୁ ପଡିବ।"
ଏହାକୁ ନେଇ ସୋନମ ଆହୁରି କହିଛନ୍ତି ଯେ ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ଆଲୋଚନା କରି ବିବାହର ପ୍ରଥମ ଦୁଇ ବର୍ଷ ପର୍ଯ୍ୟନ୍ତ ସନ୍ତାନ ଯୋଜନା ରଖି ନଥିଲି। ବିବାହ ପରର ଦୁଇବର୍ଷ ଆମ ଦୁହିଁଙ୍କ ପାଇଁ ସମୟ ବିତାଇବା ଉପଯୁକ୍ତ ସମୟ ଥିଲା। ମଇ ମାସରେ ଆମ ବିବାହକୁ ୪ବର୍ଷ ହୋଇଯିବ। ଦୁଇ ବର୍ଷ ପରେ ଆମେ ସନ୍ତାନ ଯୋଜନା ଆରମ୍ଭ କରିଥିଲୁ। ଯାହା ସଫଳ ହୋଇଛି। ଏହା ଏକ ବଡ ଆଶୀର୍ବାଦ ଅଟେ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-2-copy-9.jpg)