ବଲିଉଡ୍ ଅଭିନେତା ବରୁଣ ଧାୱନ ଆସନ୍ତା ୨୧ ତାରିଖରେ ତାଙ୍କ ପିଲା ଦିନର ବାନ୍ଧବୀ ନତାଶା ଦଲାଲ୍ଙ୍କୁ ବିବାହ କରିବେ। କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଅଲିବାଗ୍ରେ ତାଙ୍କ ବିବାହ ସମ୍ପନ୍ନ ହେବ। କିନ୍ତୁ ବରୁଣଙ୍କ ବିବାହରେ ତାଙ୍କ ପିଲାଦିନର ପ୍ରିୟ ବାନ୍ଧବୀ ତଥା ଅଭିନେତ୍ରୀ ସୋନମ୍ କପୁର ଯୋଗ ଦେଇ ନପାରନ୍ତି।
ମିଳିଥିବା ସୂଚନା ମୁତାବକ, ସୋନମ୍ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲାଇଣ୍ଡ୍’ରେ ବ୍ୟସ୍ତ ଅଛନ୍ତି। ଏହାର ସୁଟିଂ ଏବେ ଗ୍ଲାସ୍ଗୋରେ ଚାଲିଛି। ତେବେ ଲକ୍ଡାଉନ୍ର ନିୟମ ଅନୁଯାୟୀ, ସୋନମ୍ ସୁଟିଂ ମଝିରୁ ଫେରି ପୁଣି ଗ୍ଲାସ୍ଗୋ ଯାଇପାରିବେ ନାହିଁ। ତେଣୁ ସେ ବରୁଣଙ୍କ ବିବାହରେ ଯୋଗ ଦେଇ ନପାରନ୍ତି।
ପ୍ରକାଶଥାଉ କି, ୨୧ ତାରିଖରେ ବରୁଣଙ୍କ ବିବାହ ଓ ୨୬ ତାରିଖରେ ମୁମ୍ବାଇରେ ତାଙ୍କ ରିସେପ୍ସନ୍ ଆୟୋଜିତ ହେବ। ନତାଶା ନିଜେ ଜଣେ ଫ୍ୟାସନ୍ ଡିଜାଇନର୍ ହୋଇଥିବାରୁ ସେ ନିଜେ ତାଙ୍କ ବିବାହ ପୋଷାକ ଡିଜାଇନ୍ କରିବେ। ଅନ୍ୟପଟେ ଡିଜାଇନର୍ କୁନାଲ ରାୱଲ ବରୁଣଙ୍କ ବିବାହ ପୋଷାକର ଡିଜାଇନିଂ କରିବେ। ବରୁଣ ଓ ନତାଶାଙ୍କ ବିବାହ ସଂଧ୍ୟାରେ ହେବ ଓ ରାତ୍ରଭୋଜନରେ ଅତିଥି ଆପ୍ୟାୟିତ ହେବେ ବୋଲି ଜଣାପଡ଼ିଛି।