ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ନାୟିକା ସୋନମ୍ କପୁର ତାଙ୍କର ଏକ ଗୋପନୀୟ କଥା ଜଣାଇଛନ୍ତି ସାରା ଦୁନିଆକୁ। ସାଧାରଣତଃ ଯୁବତୀମାନେ ସେମାନଙ୍କର ପିରିଅଡସ୍ ସଂପର୍କରେ କିଛି କହି ନଥାନ୍ତି,ହେଲେ ସୋନମ୍ କପୁର ଏ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି। ସୋନମ୍ କପୁର କହିଛନ୍ତି ଯେ ନେ ନିଜର ପ୍ରଥମ ପିରିଅଡସ୍ (ମାସିକ ଋତୁସ୍ରାବ)କୁ ନେଇ ଖୁବ୍ ସଂଶୟରେ ଥିଲେ । ଏହାକୁ ନେଇ ତାଙ୍କ ମନରେ ଯେମିତି ବ୍ୟାକୁଳତା ଥିଲା ,ଠିକ୍ ସେମିତି ଚିନ୍ତା ବି ଥିଲା। କାରଣ ତାଙ୍କ ସାଙ୍ଗମାନଙ୍କ ମଧ୍ୟରୁ ସମସ୍ତଙ୍କର ୧୩ ବା ୧୪ ବର୍ଷ ବୟସରେ ପ୍ରଥମ ପିରିଅଡସ୍ ହୋଇ ଯାଇଥିଲା , ହେଲେ ତାଙ୍କର ତାହା ହୋଇ ନଥିଲା । ଏଥିଲାଗି ସୋନମ୍ ମଝିରେ ମଝିରେ ମାଆଙ୍କୁ ପ୍ରଶ୍ନ କରଉଥିଲେ ‘ମୋର ପ୍ରଥମ ପିରିଅଡସ୍ ହେବ?’
/sambad/media/post_attachments/wp-content/uploads/2018/01/sonam-kapoorhindustantimes.com_-1-300x170.jpg)
ତାଙ୍କ କହିବା ଅନୁଯାୟୀ ସାଙ୍ଗମାନେ ସେହି ସମୟରେ ହେଉଥିବା ଯନ୍ତ୍ରଣା ଏବଂ ବ୍ୟବହାର ହେଉଥିବା ପ୍ୟାଡ୍ ବିଷୟରେ ଆଲୋଚନା କରୁଥିଲେ। ଅବଶେଷରେ ତାଙ୍କର ପ୍ରଥମ ପିରିଅଡସ୍ ୧୫ ବର୍ଷ ବୟସରେ ହୋଇଥିଲା। ସେ ଆହୁରି କହିଛନ୍ତି ଯେ ପ୍ରଥମ ପିରିଅଡସ୍ ଆଗରୁ ତାଙ୍କର ଉଚ୍ଚତା ଥିଲା ମାତ୍ର ୫ ଫୁଟ୍ ୧ ଇଞ୍ଚ ହେଲେ ପରେ ଏହା ୫ ଫୁଟ୍ ୯ ଇଞ୍ଚକୁ ବୃଦ୍ଧି ପାଇଥିଲା । ସୋନମ୍ କପୁର ଏହି କଥା ତାଙ୍କର ଫିଲ୍ମ ‘ ପ୍ୟାଡମ୍ୟାନ୍’ର ପ୍ରମୋସନ୍ ଅବସରରେ କହିଛନ୍ତି। ଏହା ଝିଅମାନଙ୍କର ଏକ ବଡ଼ କଥା ବୋଲି ସେ ମନେ କରନ୍ତି। ଏବେ ଏହା ସଂପର୍କରେ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସୋନମ୍ କପୁର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sonam-NBT-image-12.png)