ଆନନ୍ଦଙ୍କୁ ସୋନମ ଦେଲେ ଏପରି ଉପହାର ଯାହା ପୂର୍ବରୁ କୌଣସି ସେଲିବ୍ରିଟି ପତ୍ନୀ ତାଙ୍କ ପତିଙ୍କୁ ଦେଇ ନାହାନ୍ତି, ୧୬ ବର୍ଷ ବୟସରୁ ରଖିଥିଲେ ସାଇତି

ମୁମ୍ବାଇ: ତିନି ଦିନ ତଳୁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଅଭିନେତ୍ରୀ ସୋନମ କପୁର୍‌। ଶିଖ୍‌ ସଂସ୍କୃତି ଅନୁଯାୟୀ ସେ ତାଙ୍କର ଦୀର୍ଘ ଦିନର ପ୍ରେମିକ ଆନନ୍ଦ ଆହୁଜାଙ୍କୁ ଗତ ୮ ତାରିଖରେ ମୁମ୍ବାଇରେ ତାଙ୍କ ମାଉସୀଙ୍କ ବାସଭବନ ପରିସରରେ ବିବାହ କରିଥିଲେ। ପରଦିନ ଏକ ପଞ୍ଚତାରିକା ହୋଟେଲ୍‌ରେ ବିବାହ ଭୋଜି ଆୟୋଜନ କରିଥିଲେ ଏହି ନବବିବାହିତ ଦମ୍ପତି। ସୋନମ ଏବଂ ଆନନ୍ଦଙ୍କୁ ନେଇ ବହୁ ଲୋକଙ୍କ ମଧ୍ୟରେ ଅକେନ ଉତ୍ସୁକତା ରହିଛି। ସେ କ’ଣ ପିନ୍ଧିଲେ, କୁଆଡ଼େ ବୁଲି ଯାଉଛନ୍ତି ଆଦି ଜାଣିବା ପାଇଁ ପ୍ରଶଂସକ ପାଗଳପ୍ରାୟ।

ନିକଟରେ ଏକ ଖବର ପ୍ରକାଶ ପାଇଥିଲା ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ସୋନମ ତାଙ୍କର କିଛି ଉପହାରର ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରିଥିଲେ। ଉପହାରଗୁଡ଼ିକ ଥିଲା ସୋନମଙ୍କ ପାଇଁ। ସୋନମଙ୍କ ତାଙ୍କର ବନ୍ଧୁ ଓ ପ୍ରିୟଜନ ଦେଇଥିବା ଉପହାରର ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ସେ।

ତେବେ, ଶୀର୍ଷକ ପଢ଼ିବା ପରେ ଆପଣ ବ୍ୟସ୍ତ ହୋଇପଡ଼ିବେଣି ନିଶ୍ଚୟ। ମନେ ମନେ ଚିନ୍ତା କରୁଥିବେ ବି ଅନୀଲଙ୍କ ତନୟା ନିଜ ସ୍ୱାମୀଙ୍କୁ ଏପରି କି ଉପହାର ଦେଲେ ଯେ ଯାହା ପୂର୍ବରୁ କେହି ସେଲିବ୍ରିଟି ପତ୍ନୀ ନିଜ ପତିଙ୍କୁ ଦେଇନଥିଲେ! ଆଜ୍ଞା ହଁ, ସୋନମ ତାଙ୍କ ସ୍ୱାମୀ ଆନ୍ଦଙ୍କୁ ଦେଇଛନ୍ତି ଏକ ସ୍ୱତନ୍ତ୍ର ଉପହାର।

ସୋନମ ଯେତେବେଳେ ୧୬ ବର୍ଷର ହୋଇଥିଲେ ସେ ଏକ କବିତା ଲେଖିଥିଲେ। କବିତାର ନାଁ ‘ଆମ୍‌ବିସନ୍‌’। ସେ ସେବେଠାରୁ ଚିନ୍ତା କରିଥିଲେ ଯେ ଏହି କବିତାକୁ ବୁଝିବା ପରି ଯୋଗ୍ୟ ପୁରୁଷଟିଏ ପାଇଗଲେ ସେ ତାଙ୍କୁ ଏହି କବିତା ଉପହାର ଦେବେ। ସବୁଠାରୁ ଖସିର କଥା ହେଉଛି, ସେ ଯୋଗ୍ୟ ପୁରୁଷ ଯେ ଆନନ୍ଦ ଆହୁଜା ଏହା ଅନ୍ତତଃ କହିବା ଦରକାର ନାହିଁ। ଅନ୍ୟ ସେଲିବ୍ରିଟିମାନେ ନିଜ ସ୍ୱାମୀଙ୍କୁ ଜନ୍ମଦିନ ହେଉ, ବିବାହ ବାର୍ଷିକ ହେଉ କିମ୍ବା ବିବାହ ସମୟରେ ହେଉ କାର୍‌, ଘର ଉପହାର ଦେଉଥିବା ବେଳେ ସୋନାମ ଏକ କବିତା ଦେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୋନମଙ୍କ ଏହି ଉପହାରକୁ ଅତ୍ୟନ୍ତ ଶ୍ରଦ୍ଧାର ସହ ଗ୍ରହଣ କରିଛନ୍ତି ଆନନ୍ଦ।

ସମ୍ବନ୍ଧିତ ଖବର