କଣ୍ଠଶିଳ୍ପୀ ସୋନା ମହାପାତ୍ର ‘ମି ଠୁ... ଆନ୍ଦୋଳନର ବଡ଼ ସମର୍ଥକ ହୋଇଥିବା ବେଳେ ଏବେ ଟ୍ବିଟରରେ ଆଉ ଏକ ଅଭିଯାନ ଆରମ୍ଭ କରିଛନ୍ତି। ‘ପ୍ରାକ୍ଟିସ୍ ଅଫ୍ ଭିକ୍ଟିମ୍ ବ୍ଲେମିଂ’ ଅର୍ଥାତ ‘ପୀଡ଼ିତାଙ୍କୁ ଦୋଷ ଦେବା ଅଭ୍ୟାସ’ ଅଭିଯାନ ଟ୍ବିଟର୍ରେ ଟ୍ରେଣ୍ଡ୍ କରିଛି। ଅସଦାଚରଣ ସମୟରେ କିଏ କ’ଣ ପିନ୍ଧିଥିଲେ ଉଲ୍ଲେଖ କରି ‘ଆଇ ନେଭର୍ ଆସ୍କ୍ ଫର୍ ଇଟ୍’ ହାସ୍ଟ୍ୟାଗ୍ ବ୍ୟବହାର କରି ପୋଷ୍ଟ କରିବାକୁ ସମସ୍ତ ମହିଳାଙ୍କୁ ସେ ଅନୁରୋଧ କରିଛନ୍ତି। ଏହି ଅବସରରେ ସେ କଲେଜ ସମୟରେ ଶିକାର ହୋଇଥିବା ଏକ ଅସଦାଚରଣର କାହାଣୀ ସେୟାର କରିଛନ୍ତି।
ସେ ଲେଖିଛନ୍ତି, ଇଂଜିନିୟରିଂ କରିବା ସମୟରେ ମୁଁ ଦିନେ ଆମ ଲାବରେଟୋରିକୁ ଯାଉଥିଲି। ଗୋଟିଏ ଢିଲା ଖଦିର କୁର୍ତା ସହ ମୁଁ ସାଲ୍ୱାର ପିନ୍ଧିଥିଲି। ସେତେବେଳେ ମୋର କିଛି ସିନିୟର୍ ମୋତେ ଅସଦାଚରଣ କରିବା ସହ ମୋ ଅନ୍ତଃବସ୍ତ୍ରର ସାଇଜ୍ ପଚାରିଥିଲେ। ସେହି ସମୟରେ ମୋର ଜଣେ ଶୁଭାକାଂକ୍ଷୀ ମୋ ଆଡ଼କୁ ଦୌଡ଼ି ଆସି କହିଥିଲେ, ତୁମେ ଠିକ୍ ସେ ତୁମ ଓଢ଼ଣୀ ପକାଇ ପାରୁନାହଁ କି? ‘ଆଇ ନେଭର୍ ଆସ୍କ୍ ଫର୍ ଦିସ୍’ ହାସ୍ଟ୍ୟାଗ୍ ସହ ସେ ଏହି ଆଲେଖ୍ୟ ଟ୍ବିଟ୍ କରିଛନ୍ତି। ସମସ୍ତେ ନିଜର ଅନୁଭୂତି ଲେଖି, ସବୁ ପରିସ୍ଥିତିରେ ପୀଡ଼ିତାଙ୍କୁ ଦୋଷ ଦେବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ବିରୋଧରେ ସ୍ବର ଉଠାଇବାକୁ ସେ ଆହ୍ବାନ ଦେଇଛନ୍ତି।