କରୋନା ମହାମାରୀ ସମୟରେ ଲସ୍ଆଞ୍ଜେଲସ୍ରେ ରହୁଥିବା ବଲିଉଡ୍ ସେନ୍ସେସନ୍ ସନି ଲିଓନି ଏବେ ପୂରା ସମୟ ନିଜ ପରିବାରକୁ ଦେଉଛନ୍ତି। ନିଜ ସନ୍ତାନମାନଙ୍କ ଦକ୍ଷତା ବିକାଶ ପାଇଁ ସେମାନଙ୍କୁ ବିଭିନ୍ନ ତାଲିମ୍ ଦେଉଛନ୍ତି। କୃଷିକ୍ଷେତ୍ରକୁ ବୁଲାଇ ନେବାଠାରୁ ଆରମ୍ଭ କରି ବାଲୁକା କଳା ଦେଖାଇବା, ଘୋଡ଼ାଚଢ଼ା ଓ ସନ୍ତରଣ ଆଦି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଉଥିବା ଜଣାଯାଇଛି। ଏବେ ସେ ଝିଅ ନିଶା, ପୁଅ ନୋଆ ଓ ଆସର୍ଙ୍କୁ ଚିତ୍ରାଙ୍କନ ଶିଖାଇବା ଦେଖିବାକୁ ମିଳିଛି। ସେମାନେ ପ୍ରାୟ ୬ରୁ ଅଧିକ ଚିତ୍ରାଙ୍କନ କରିଥିଲେ। ଏହାର ଫଟୋ ଓ ଭିଡିଓକୁ ସନି ନିଜ ଇନ୍ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି। ପ୍ରଶଂସକମାନେ ମଧ୍ୟ ଏସବୁକୁ ଖୁବ୍ ପ୍ରଶଂସା କରିଛନ୍ତି।
ଚିତ୍ର ଆଙ୍କିବା ଶିଖାଇଲେ ସନି
/sambad/media/post_attachments/wp-content/uploads/2020/09/parada-sunny-leony.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)