ଅନୁ ମଲ୍ଲିକ୍‌ଙ୍କ ଉପରେ ଲାଗିଥିବା ଯୌନ ଶୋଷଣର ଆରୋପକୁ ନେଇ ମୁହିଁ ଖୋଲିଲେ ସୋନୁ ନିଗମ ! ସେ ଏପରି କରିଥିବାର କିଛି ପ୍ରମାଣ ଅଛି କି?

ମୁମ୍ବାଇ : ଚଳିତ ବର୍ଷ ଷ୍ଟାର ବିବାହ ସହ #ମି ଠୁ ଅଭିଯାନ ମଧ୍ୟ ଚର୍ଚ୍ଚାରେ ରହିଥିଲା । ସବୁ କ୍ଷେତ୍ରର ମହିଳାମାନେ ନିଜ ସହ ହୋଇଥିବା ଯୌନ ଅସଦାଚରଣ ବିଷୟ ଖୋଲାଖୋଲି ଭାବରେ କହିଥିଲେ । ଏଥିରେ ଅନେକ ବଡ଼ ବଡ଼ ବଲିଉଡ୍‌ କଳାକାରମାନଙ୍କର ନାଁ ମଧ୍ୟ ସାମିଲ ଥିଲା । କିଛି ଅବିଶ୍ୱାସ କଲା ଭଳି ନାଁ ମଧ୍ୟ ସାମ୍ନାକୁ ଥିଲା । ସେ ମଧ୍ୟରେ ରହିଥିଲା ବଲିଉଡ୍‌ କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍‌ଙ୍କ ନାଁ ।

ଅନୁ ମଲ୍ଲିକ୍‌ଙ୍କ ଉପରେ ୪ ଜଣ ମହିଳା ଯୌନ ଶୋଷଣ ଆରୋପ ଲଗାଇବା ପରେ ତାଙ୍କ ଚରିତ୍ରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏବେ ସେ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ ସୋନୁ ନିଗମ । ଆଜେଣ୍ଡା ଆଜ୍‌ ତକ୍‌ ୨୦୧୮ରେ ଯୋଗ ଦେଇ ସେ ଅନୁ ମଲ୍ଲିକ୍‌ଙ୍କ ଉପରେ ଲାଗିଥିବା ଆରୋପ ଉପରେ ନିଜ ମତ ରଖିଥିଲେ ।

indiatoday.in

ତାଙ୍କ କହିବା ଅନୁଯାୟୀ, ‘ପୂର୍ବରୁ ମୋତେ ଏ ନେଇ କିଛି କହିବାର ସୁଯୋଗ ମିଳି ନ ଥିଲା । ଆଜି ମିଳିବା ପରେ ମୁଁ କହିବାକୁ ଚାହୁଁଛି କି ଆମେ ବିନା ପ୍ରମାଣରେ ଅଭିଯୋଗକାରୀକୁ କିପରି ବିଶ୍ୱାସ କରି ପାରିବା? ଯଦି ମୁଁ କହିବି ଅନୁ ମଲ୍ଲିକ୍‌ ମୋ ସହ ଖରାପ ବ୍ୟବହାର କରିଥିଲେ । ତେବେ ଆପଣମାନେ ମୋତେ ପ୍ରମାଣ ମାଗିବେ । ସେହିଭଳି ଭାବରେ ଅନୁ ମଲ୍ଲିକ୍‌ଙ୍କ ଉପରେ ଯେଉଁ ଆରୋପ ଲାଗିଛି, ତାହାର କୌଣସି ପ୍ରମାଣ ଅଭିଯୋଗକାରୀଙ୍କ ପାଖରେ ନାହିଁ । ବିନା କୌଣସି ପ୍ରମାଣରେ ଆମେ ଜଣଙ୍କୁ ଦୋଷୀ ବୋଲି କିପରି କହିବା? କୌଣସି ପ୍ରମାଣ ନ ଥାଇ ଲୋକେ ଅଭିଯୋଗକାରୀଙ୍କୁ ସମର୍ଥନ ଜଣାଉଛନ୍ତି । କୌଣସି ପ୍ରମାଣ ନ ପାଇ ତାଙ୍କୁ ତାଙ୍କ କାମରୁ ହଟାଇ ଦିଆ ଯାଇଛି । ତାଙ୍କୁ ଅଭିଯୁକ୍ତ କରିବା ସହ ତାଙ୍କୁ ଲଜ୍ଜିତ କରାଯାଇଛି । ଏବେ କିଛି କହିବା ଏବଂ କରିବା ପୂର୍ବରୁ ପ୍ରଥମେ ପ୍ରମାଣ ଆଣନ୍ତୁ ବୋଲି କହିଥିଲେ ସୋନୁ ନିଗମ ।

ସମ୍ବନ୍ଧିତ ଖବର