ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ ଆଜି ଜଣେ ଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ଆଶ୍ବାସନା ଦେଇ ପୁଣି ଦେଶବାସୀଙ୍କ ମନ ଜିଣି ନେଇଛନ୍ତି। ଦେବରିୟାର ଛାତ୍ର ସୂର୍ଯ୍ୟ ପ୍ରକାଶ ଯାଦବ ଟ୍ୱିଟ୍ ଜରିଆରେ ନିଜର ଉଚ୍ଚଶିକ୍ଷା ପାଇଁ ସୋନୁଙ୍କୁ ସାହାଯ୍ୟ ମାଗିଥିଲେ। ଟ୍ବିଟର୍ରେ ସୋନୁଙ୍କୁ ଟ୍ୟାଗ୍ କରି ସୂର୍ଯ୍ୟପ୍ରକାଶ ଲେଖିଥିଲେ, ସାର୍ ମୋର ବାପା ନାହାନ୍ତି। ମାଆ ଗାଁରେ ଜଣେ ଆଶାକର୍ମୀ। ଆମର ଆର୍ଥିକ ସ୍ଥିତି ଠିକ୍ ନାହିଁ। ପରିବାରର ଆୟ ବାର୍ଷିକ ୪୦ ହଜାର। ୟୁପି ବୋର୍ଡର ୧୦ମ ପରୀକ୍ଷାରେ ମୋର ୮୮ପ୍ରତିଶତ ଓ ଦ୍ବାଦଶରେ ୭୬ପ୍ରତିଶତ ନମ୍ୱର ଥିଲା। ମୋତେ ଆଗକୁ ପଢ଼ିବାର ଇଚ୍ଛା ଅଛି। କିନ୍ତୁ ଏଥିପାଇଁ ପରିବାରର ଆର୍ଥିକ ସ୍ଥିତି ଅନୁମତି ଦେଉନାହିଁ। ଦୟାକରି ମୋତେ ସାହାଯ୍ୟ କରନ୍ତୁ। ସୋନୁ ମଧ୍ୟ ଛାତ୍ରଙ୍କୁ ତୁରନ୍ତ ପ୍ରତ୍ୟୁତ୍ତରରେ ଲେଖିଥିଲେ, ମା’ଙ୍କୁ କହିଦିଅ, ତୁମ ପୁଅ ଇଂଜିନିୟର ହେବାକୁ ଯାଉଛି। ସୋନୁଙ୍କର ଏହି ଟ୍ୱିଟ୍ ପରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି।
ଉଚ୍ଚଶିକ୍ଷା ପାଇଁ ଗରିବ ଛାତ୍ରଙ୍କୁ ସାହାଯ୍ୟ କଲେ ସୋନୁ
/sambad/media/post_attachments/wp-content/uploads/2020/11/Sonu-Sood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)