ଦେଶରୁ ଦୁଷ୍କର୍ମ ହଟାଇବା ପାଇଁ ଦେହ ବ୍ୟବସାୟକୁ ଆଇନ ସମ୍ମତ କରାଯାଉ : ସୋନୁ ନିଗମ୍‌

ମୁମ୍ବାଇ : କିଛି ଦିନ ତଳେ ବିହାର ଏବଂ ଉତ୍ତରପ୍ରଦେଶରେ ଚାଲୁଥିବା ସେଲଟର ହୋମ୍‌ ଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ କରାଯାଇଛି । ଏହି ମାମଲାକୁ ନେଇ ଏବେ ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଥିବା ବେଳେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ ନିଜର ମତ ରଖିଛନ୍ତି । ଏକ ସାକ୍ଷାତକାରରେ ତାଙ୍କୁ ଏ ନେଇ ପ୍ରଶ୍ନ କରାଯାଇଥିବା ବେଳେ ସେ ଦେଇଥିବା ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଶରେ ଦେହ ବ୍ୟବସାୟକୁ ଆଇନ ସମ୍ମତ କରି ଦିଆଯାଉ ବୋଲି ସେ କହିଥିବା ଜଣା ପଡ଼ିଛି ।

Cinestaan

ସୋନୁ ନିଗମ କହିଥିଲେ, “ଦେଶରେ ହେଉଥିବା ଏଭଳି ଅପରାଧ ପାଇଁ ଆମ ଆଇନ୍‌ ହିଁ ଦାୟୀ । ସ୍କୁଲରେ ପିଲାମାନଙ୍କ ସେକ୍ସ ସମ୍ବନ୍ଧିତ ଶିକ୍ଷା ଦିଆ ଯାଉ ନାହିଁ । ଯାହା ଆଜି ଉପୁଜୁଥିବା ଏଭଳି ସମସ୍ୟାର ମୁଖ୍ୟ କାରଣ ପାଲଟିଛି । ଭାରତରେ ବିଭିନ୍ନ ଧର୍ମ,ଜାତି ଏବଂ ଭିନ୍ନ ଭିନ୍ନ ବିଚାରର ଲୋକ ରହୁଛନ୍ତି । ଏଭଳି ପରିସ୍ଥିତିରେ ଆମେ ଆଜିର ସମସ୍ୟା ସହ କିପରି ଲଢ଼ିବା ତାହା ଭାବିବାକୁ ପଡ଼ିବ । ମୁଜାଫରପୁରରେ ଯାହା ଘଟିଲା ତାହା ବହୁତ ଛୋଟ । ଦେଶରେ ଏମିତି ଆହୁରି ଅନେକ ବଡ଼ ବଡ଼ ଘଟଣା ରହିଛି ଯାହା ବାହାରକୁ ଆସି ପାରୁ ନାହିଁ । ଏହାର ସମାଧାନ ପାଇଁ ଦେହ ବ୍ୟବସାୟକୁ ଆଇନ ସମ୍ମତ କରି ଦିଆଯିବା ଦରକାର । ମୁଁ କିଛି ଦିନ ତଳେ ଆମଷ୍ଟାଡ଼୍ରାମରେ ଥିଲି । ସେଠାରେ ଦେହ ବ୍ୟବସାୟକୁ ଆଇନ ସମ୍ମତ କରାଯାଇଛି । ସେଠାରେ ଏହି ସବୁ ଜିନିଷ ଅତି ସାମାନ୍ୟ । ଏହି କାରଣ ପାଇଁ ସେଠାରେ ଦୁଷ୍କର୍ମ ଭଳି ଘଟଣା ଭାରତ ଠାରୁ କମ ଘଟୁଛି।”

ସମ୍ବନ୍ଧିତ ଖବର